Karnataka Results: ନାଚ ଗୀତରେ କମ୍ପୁଛି କଂଗ୍ରେସ ଶିବିର, ଶିଗଗାଓଁ ବିଜେପି କ୍ୟାମ୍ପରେ ପଶିଲା ସାପ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

🎬 Watch Now: Feature Video

thumbnail

By

Published : May 13, 2023, 12:06 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଜନାଦେଶ ଆସିବାରେ ଲାଗିଛି । ଏହାରି ଭିତରେ ଏକ ଭୟଭୀତ ହେବା ଭଳି ଖବର ସାମ୍ନାକୁ ଆସିଛି । ଶିଗଗାଓଁ ବିଜେପି କ୍ୟାମ୍ପରେ ଏକ ସାପ ପସିଥିବା ନେଇ ଜଣାପଡିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରେ ସାପଟିକୁ ଉଦ୍ଧାର କରାଯାଇଥିବା ବେଳେ ଅଫିସ ପରିସରକୁ ନିରାପଦ ବୋଲି କୁହାଯାଇଛି । କିଛି ଅଘଟଣ ପୂର୍ବରୁ ସାପଟିକୁ ଧରି ବାହାରେ ଛଡାଯାଇଛି । ଏପଟେ ନାଚ ଗୀତରେ କମ୍ପୁଛି କଂଗ୍ରେସ ଶିବିର  । 

ଜାରି ରହିଛି ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା କଂଗ୍ରେସ 115 ବିଧାନସଭା ଆସନରେ ଆଗରେ ରହିଥିବା ବେଳେ ବିଜେଡି 73ଟି ଆସନରେ ଲିଡ କରୁଛି । ଜେଡିଏସ 29ଟି ଆସନରେ ଆଗରେ ରହିଛି । ଶିଗଗାଓଁ ଆସନରେ ଲିଡ କରୁଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ । ଏକାଧିକ ଆସନରେ କଂଗ୍ରେସ ଲିଡ କରୁଥିବା ବେଳେ ପଛରେ ପଡିଯାଇଛି ବିଜେପି । ଶିଗଗାଓଁ ବିଧାନସଭା ଆସନରେ ଆଗରେ ରହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ । ବିଜେପି ଏହି ଆସନରେ ଲିଡ କରୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.