thumbnail

By

Published : Jun 16, 2023, 9:52 PM IST

ETV Bharat / Videos

ସରିଲା ଶେଷ ରଜ, ବସ୍ତିରେ ଫୁଟିଲା ହସ

କଟକ: ଗଣପର୍ବ ରଜର ଶେଷ ଦିନରେ ବସ୍ତି ପିଲାଙ୍କ ମୁହଁରେ ହସ ଫୁଟେଇଲେ ସ୍ବେଚ୍ଛାସେବୀ ସଂଗଠନ । କଟକ ସିଡିଏ ତାରିଣୀ ଗଡା ବସ୍ତିରେ ଗଡ୍ ଇଜ୍ ‌ୱାନ୍ ସଂଗଠନ ପକ୍ଷରୁ ରଜର ଶେଷ ଦିନରେ ଧୁମଧାମରେ ରଜ ମହୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କର୍ପୋରେଟର ଗଗନ ଓଝା, କଟକ ମହାନଗର ନିଗମ ଅତିରିକ୍ତ କମିସନରଙ୍କ ସମେତ ସ୍ବେଚ୍ଛେସେବୀ ସଂଗଠନର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ । ବସ୍ତିର କୁନି ପିଲାଙ୍କ ପାଇଁ ସ୍ବତନ୍ତ୍ରଭାବେ ଦୋଳିର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ନୂଆ ଡ୍ରେସ୍, ମିଠା, ପିଠା, ମେହେନ୍ଦି, ଅଳତା, କୁଙ୍କୁମ, ଟିକିଲି, ଓ ଅନ୍ୟାନ୍ୟ ସଜବାଜ ଜିନିଷ ବଣ୍ଟନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତା କରାଯାଇ ବସ୍ତିର କୁନିକୁନି ପିଲାଙ୍କୁ ଉତ୍ସାହିତ କରିଥିଲେ ଏହି ସାମାଜିକ ସଂଗଠନ । ରଜରେ ସମସ୍ତେ ଆନନ୍ଦ ଉଲ୍ଲାସରେ ରହୁଥିବା ବେଳେ ବସ୍ତିର ଛୋଟ ପିଲା ମାନେ କିଭଳି ଏହି ପର୍ବରୁ ବଞ୍ଚିତ ହେବେନି ସେନେଇ ସଂଗଠନ ପକ୍ଷରୁ ଏପରି ପ୍ରୟାସ କରାଯାଇଥିଲା । ପିଠା, ମିଠା ପାନ ଖାଇ ସମସ୍ତେ ବେଶ ଆନନ୍ଦରେ ରଜ ପାଳନ କରିଛନ୍ତି । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.