ଏଲବ୍ରସ ଗିରିଶୃଙ୍ଗ ଶିଖର ଛୁଇଁ ଫେରିଲେ ସିଦ୍ଧାର୍ଥ ରାଉତରାୟ
🎬 Watch Now: Feature Video
ଭୁବନେଶ୍ବର: ଋଷିଆର ମାଉଣ୍ଟ୍ ଏଲବ୍ରସ ଗିରିଶୃଙ୍ଗ ଶିଖର ଛୁଇଁ ଫେରିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । ସେ ଓଡ଼ିଶା ଫେରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ଦିଆଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ଘଣ୍ଟଘଣ୍ଟା ବାଜା ସହ ପାଇକ ନୃତ୍ୟରେ ସିଦ୍ଧାର୍ଥ ରାଉତରାୟଙ୍କୁ ସ୍ୱାଗତ କରାଯାଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ବିଧାୟକ ସୁର ରାଉତରାୟଙ୍କ ସମେତ ଶୁଭେଚ୍ଛୁ , ପ୍ରିୟ ପରିଜନ ଅନ୍ୟ ପର୍ବତାରୋହୀମାନେ ଉପସ୍ଥିତ ହୋଇ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ କରିଥିଲେ । ସିଦ୍ଧାର୍ଥ ରାଉତରାୟ ଓଡ଼ିଆ ପୁଅ ଭାବେ ୟୁରୋପର ସବୁଠାରୁ ଉଚ୍ଚତମ ପର୍ବତାହୋରଣ କରି ଆସିଥିବା ବେଳେ ଶୁଭେଚ୍ଛୁମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବେଶ ଭିଡ ଜମାଇ ଥିଲେ । ଏହାକୁ ନେଇ ବିମାନବନ୍ଦରରେ ଖଚାଖଚ ଭିଡ଼ ପରିଲକ୍ଷିତ ହୋଇଥିଲା ।
ସୂଚନା ମୁତାବକ, ଏଲବ୍ରସ ଗିରିଶୃଙ୍ଗ ୟୁରୋପୀୟ ମହାଦେଶର ସବୁଠାରୁ ଉଚ୍ଚ ପର୍ବତ । ଏହାର ଉଚ୍ଚତା ୫୬୪୨ ମିଟର ବା ୧୮୫୧୦ ଫୁଟ ଅଟେ । ଏପ୍ରିଲ ୩ ତାରିଖରେ ସିଦ୍ଧାର୍ଥ ରାଉତରାୟ ଏହି ଗିରିଶୃଙ୍ଗର ଶିଖରରେ ପହଁଚିଥିଲେ । ୟୁରୋପୀୟ ପର୍ବତର ଏହି ଶିଖରରେ ପହଞ୍ଚିବା ସମୟରେ ସିଦ୍ଧାର୍ଥ ରାଉତରାୟ ମହାପ୍ରଭୁ ଜଗନାଥଙ୍କ ନେତ ଓ ଲିଙ୍ଗରାଜ ମହାପ୍ରଭୁଙ୍କ ନେତ ଉଡାଇବା ସହ ଶହୀଦ ଦେବାଶିଷ ବିଶ୍ବାଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଖାଲି ସେତିକି ନୁହେଁ ବରଫ ଘେରା ଏହି ପାହାଡର ଶିଖରରେ ସେ ଭାରତୀୟ ଭାବେ ଜାତୀୟ ପତାକା ଉଡାଇବା ସହ ପାଇକମାନଙ୍କୁ ନିଜର ସମ୍ମାନ ଜଣାଇଛନ୍ତି । ଏହି ସମୟରେ ସେ ସମ୍ବଲପୁର ସାର୍ଟ ସହ ଖୋର୍ଦ୍ଧା ଗାମୁଛା ପିନ୍ଧିଥିବା ନଜର ଆସିଥିଲା । ଏହାସହ ସୁଖଶାନ୍ତିର ପ୍ରତୀକ ମାନୁଥିବା ଶଙ୍ଖ ମଧ୍ୟ ଫୁଙ୍କିଥିଲେ ।
ଆଉ ଆଜି ସେ ୟୁରୋପରୁ ଆସିବା ପରେ ଓଡ଼ିଶାରେ ପହଞ୍ଚିଛନ୍ତି । ପର୍ବତାରୋହୀ ବା ଓଡ଼ିଶାର ଆଇରନ ମ୍ୟାନ କୁହାଯାଉଥିବା ସିଦ୍ଧାର୍ଥ ରାଉତରାୟଙ୍କୁ ପାଛୋଟି ନେବା ପାଇଁ ଯେଉଁ ଭିଡ଼ ପରିଲିକ୍ଷିତ ହୋଇଥିଲା ତାହାକୁ ନେଇ ସେ ଖୁସିଥିବା ବ୍ୟକ୍ତ କରିଛନ୍ତି । ଏହାସହ ଆଉ ଏକ ଗିରିଶୃଙ୍ଗ ଛୁଇଁବାର ଅଭ୍ୟାସ ପୁଣି ଆରମ୍ଭ କରିବେ ବୋଲି ସେ କହିଛନ୍ତି । ଏନେଇ ସେ କହିଛନ୍ତି ଯେ, ଏପ୍ରିଲ ୨୪ ରେ ଯାଇଥିବା ବେଳେ ମେ ୨୭ ତାରିଖଠାରୁ ଏଲବ୍ରସ ଗିରିଶୃଙ୍ଗକୁ ଚଢ଼ିବାକୁ ପ୍ରୟାସ କରିଥିଲେ । ହେଲେ ପାଗ ଅନୁକୂଳ ନଥିବାରୁ ପର୍ବତ ଚଢ଼ିବା ସମ୍ଭବ ହୋଇନଥିଲା । ଏହାକୁ ନେଇ ମୁଁ ସବୁଦିନ ମିଜର ଉଦ୍ୟମ ଜାରି ରଖିଥିଲି । ହେଲେ ବରଫ ପଡ଼ିବା ସହ ତୁଷାରପାତ ହୋଇଥିଲା । ଯେଉଁଥି ପାଇଁ ମୋ ଗାଇଡ୍ ମୋତେ ଅନୁମତି ଦେଉନଥିଲେ ।
ପ୍ରତିଦିନ ଅର୍ଥାତ ୨ ତାରିଖ ପର୍ଯ୍ୟନ୍ତ ଯିବା ପାଇଁ ବହୁତ ଚେଷ୍ଟା କରିଥିଲି କିନ୍ତୁ ପାଗ ଅନୁକୂଳ ନଥିବାରୁ କିଛି ବାଟ ପରିଶ୍ରମ କରି ଯାଇ ମଧ୍ୟ ଫେରି ଆସିଥିଲି । ତଥାପି ମୁଁ ସାହସ ଓ ଉଦ୍ୟମ ଛାଡ଼ିନଥିଲି ଆଉ ୨ ତାରିଖ ଦିନ ମଧ୍ୟ ରାତିରୁ ଗାଇଡଙ୍କୁ ଅନୁରୋଧ କରିଥିଲେ ଆଉ ସେ ୨ ତାରିଖ ମଧ୍ୟରାତ୍ରିରୁ ବାହାରିଥିଲେ । ଅଧ୍ୟାତ୍ମିକତା ଚେତନାକୁ ନେଇ ସେ ପାହାଡ ଚଢିବା ଆରମ୍ଭ କରିଥିବା ବେଳେ ପ୍ରଭୁଙ୍କ ଦୟା ମୁତାବିକ ପାଗ ବି ସୁହାଇଥିଲା । ଆଉ ସେ ଆଲୋକର ଏକ ଦିଗ ଦେଖି ଧୀରେଧୀରେ ଆଗକୁ ଅଗ୍ରସର ହୋଇଥିଲୁ । ଆଉ ସକାଳ ୭ ଟାରେ ପହଁଚିଥିଲେ ହୋଲି କହିଛନ୍ତି ସିଦ୍ଧାର୍ଥ ।
ଇଟିଭି ଭାରତ, ଭୁବନେଶ୍ବର