thumbnail

ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଓଡିଆ ଚଳଚ୍ଚିତ୍ର, ଟିକେଟ ରେଟ୍ କମିଲେ ବଢିବ ଦର୍ଶକଙ୍କ ଆଗ୍ରହ: ସିଦ୍ଧାନ୍ତ ମହାପାତ୍ର

By ETV Bharat Odisha Team

Published : Sep 27, 2023, 5:37 PM IST

ଭୁବନେଶ୍ବର: ଆସନ୍ତା ୨୯ରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଶଙ୍କର । SD ଫିଲ୍ମସ ବ୍ୟାନରରେ ନିର୍ମିତ ହେଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶଙ୍କର "ଏକ ଜବରଦସ୍ତ ଆକ୍ସନ, ରୋମାଣ୍ଟିକ, ଓ ସସପେନ୍ସ ଭରା ଭିନ୍ନ ସ୍ବାଦର କାହାଣୀ ବୋଲି ଫିଲ୍ମ ନିର୍ମାତା କହିଛନ୍ତି ।  ଏଥିରେ ଓଲିଓଡ଼ର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର କାହାଣୀର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ତେବେ ତିନି ଭାଇଙ୍କ ଭିତରେ ଥିବା ଭଲ ପାଇବା ଓ ମତାନ୍ତରକୁ ନେଇ ସିନେମାଟି ଗତିଶୀଳ ହୋଇଥିବା ବେଳେ କିଭଳି ଦୁଇ ଭାଇଙ୍କୁ ଶଙ୍କର ଅର୍ଥାତ ସିଦ୍ଧାନ୍ତ ମହାପାତ୍ର ଠିକ ବାଟକୁ ଆଣୁଛନ୍ତି ତାହାକୁ ନେଇ ଫିଲ୍ମ ଆଧାରିତ । ପରିବାରର ଏକ ନିଚ୍ଛକ କାହାଣୀ ଦେଖିବାକୁ ପାଇବେ ଦର୍ଶକ ବୋଲି ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି । ଅନ୍ୟପଟେ ଏ ଫିଲ୍ମରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିନ୍ତି ଶିବ, କୁନା ତ୍ରିପାଠୀ, କେ.କେ, କାଳୀ, ବିଜୁ ବଡ଼ଜେନା, ଦିପ୍ତୀରେଖା ପଣ୍ଡା, ସୁପ୍ରିୟା, ମୀତା ଚକ୍ରବର୍ତ୍ତୀ ଓ ନୂପୁର ଘୋଷ । ଚଳଚ୍ଚିତ୍ରଟିର ପ୍ରଯୋଜନା ଦାୟିତ୍ୱରେ ଅରବିନ୍ଦ ସାହୁ ଥିଲାବେଳେ, କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଏନ ପାଢ଼ୀ । ସଂଳାପ ଲେଖିଛନ୍ତି ମନୋରଞ୍ଜନ ଦାସ । ସଙ୍ଗୀତ ସଜେଇଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମଟି ପରିବାରବାଦ କାହାଣୀକୁ ପ୍ରତିଫଳିତ କରୁଥିବାରୁ ସିନେପ୍ରେମୀଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ପ୍ରଯୋଜକ ଅରବିନ୍ଦ ସାହୁ । ଏନେଇ ଫିଲ୍ମର ହିରୋ ସିଦ୍ଧାନ୍ତ ମହାପାତ୍ର ଓ ଫିଲ୍ମ ପ୍ରଯୋଜକଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି  ।

ଏହା ମଧ୍ୟ ପଢନ୍ତୁ..ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର
 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.