ହାଇଦ୍ରାବାଦ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ କ୍ରିକେଟ ଟିମ୍ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଖେଳାଳି ଗୁରୁବାର ଅଷ୍ଟ୍ରେଲିଆ କାନବେରା ସ୍ଥିତ ସଂସଦ ଗୃହରେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଭେଟିଛନ୍ତି । ଆଜିର ସାକ୍ଷାତ ସମୟରେ ବିରାଟ କୋହଲିଙ୍କ ବ୍ୟାଟିଂ ପ୍ରଶଂସା କରିଥିଲେ ଅଷ୍ଟେଲିଆ ପ୍ରଧାନମନ୍ତ୍ରୀ । ଏହା ସହିତ ପେସର ଯଶପ୍ରୀତ ବୁମରାଙ୍କୁ ପର୍ଥ ଟେଷ୍ଟରେ ଜବରଦସ୍ତ ବୋଲିଂ ପାଇଁ ପ୍ରଶଂସା କରିଥିଲେ ଆନ୍ଥୋନୀ ଆଲବାନିଜ ।
Perth ✅#TeamIndia have arrived in Canberra! 🛬#AUSvIND pic.twitter.com/IhNtPmIOah
— BCCI (@BCCI) November 28, 2024
ଆସନ୍ତା ଦୁଇ ଦିନ ପରେ ଅଷ୍ଟ୍ରେଲିଆ ପ୍ରାଇମ ମିନିଷ୍ଟର୍ ଏକାଦଶ ବିପକ୍ଷରେ ଦୁଇ ଦିନିଆ ପିଙ୍କ୍ ବଲ ମ୍ୟାଚ ଖେଳିବ ଭାରତୀୟ ଦଳ । ତେବେ ଦ୍ବିତୀୟ ଟେଷ୍ଟ ମ୍ୟାଚ (ପିଙ୍କ୍ ବଲ) ପୂର୍ବରୁ ଭାରତୀୟ ଦଳ ଦୁଇ ଦିନିଆ ମ୍ୟାଚ ଖେଳିବ । ଦ୍ବିତୀୟ ଟେଷ୍ଟ ମ୍ୟାଚ ଡିସେମ୍ବର 6 ତାରିଖରେ ଆରମ୍ଭ ହେବ । ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 5 ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଯାଇଛି । ଭାରତୀୟ ଦଳ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ରେକର୍ଡ 295 ରନରେ ବିଜୟୀ ହୋଇଛି ।
Glad to see my good friend Prime Minister @AlboMP with the Indian and PM’s XI teams.
— Narendra Modi (@narendramodi) November 28, 2024
Team India is off to a great start in the series and 1.4 billion Indians are strongly rooting for the Men in Blue.
I look forward to exciting games ahead. https://t.co/Oc7UWBKSGh
ଆଜିର ସାକ୍ଷାତ ଆଲୋଚନା ସମୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପିଏମ୍ ଆଲବାନିଜଙ୍କ ସହିତ ସମସ୍ତ ଖେଳାଳିଙ୍କୁ ପରିଚିତ କରାଇଥିଲେ । ଏହି ସମୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟାର ବ୍ୟାଟର କୋହଲିଙ୍କୁ ପର୍ଥ ଟେଷ୍ଟରେ ଦର୍ଶନୀୟ ଶତକ ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହା ସହିତ ବୁମରାଙ୍କୁ ଆଲବାନିଜ ପ୍ରଶଂସା କରିବା ସହିତ ଭାରତୀୟ ବୋଲିଂକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଥିଲେ ।
ଏହା ବି ପଢନ୍ତୁ- ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ହରାଇ ଭାଙ୍ଗିଲା ୪୭ ବର୍ଷର ରେକର୍ଡ
ଶନିବାର ଏବଂ ରବିବାର ଦୁଇ ଦିନିଆ ଅଭ୍ୟାସ ମ୍ୟାଚ ଖେଳିବ ଭାରତୀୟ କ୍ରିକେଟ ଟିମ୍ । କାନବେରା ସ୍ଥିତ ମାନୁକା ଓଭାଲରେ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ । ଏହା ପିଙ୍କ୍ ବଲରେ ଖେଳାଯିବ ଏବଂ ଉଭୟ ଦିନ ଏବଂ ରାତ୍ରରେ ଅନୁଷ୍ଠିତ ହେବ ମ୍ୟାଚ ।
ଏହି ସମୟରେ ରୋହିତ ଶର୍ମା କହିଥିଲେ କି, "ଅଷ୍ଟ୍ରେଲିଆ ଗସ୍ତରେ ଆସି ରନ ସ୍କୋର କରିବା କିମ୍ବା ଉନ୍ନତ ପ୍ରଦର୍ଶନ କରି ମ୍ୟାଚ ବିଜୟୀ ହେବା କୌଣସି ଦେଶର କ୍ରିକେଟରଙ୍କ ପାଇଁ ସହଜ ନୁହେଁ । କାରଣ କଙ୍ଗାରୁ ଦଳର ପ୍ରତିଟି ଖେଳାଳି ଅତ୍ୟନ୍ତ ପରିଶ୍ରମୀ ଏବଂ ଉନ୍ନତ ଖେଳାଳି । ଏହା ସହିତ ଅଷ୍ଟ୍ରେଲିଆ ଦର୍ଶକ ମଧ୍ୟ ବହୁତ ବହୁତ ଜବରଦସ୍ତ ।"