ETV Bharat / state

ଆଗାମୀ ଶିକ୍ଷାବର୍ଷରେ ଲାଗୁ ହେବ ଶିଶୁ ବାଲ ବାଟିକା ୩ - SISHU BAAL BATIKA 3

୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଖୋଲିବ ବାଲ ବାଟିକା ୩ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ (ETV Bharat Odisha)
author img

By ETV Bharat Odisha Team

Published : Feb 18, 2025, 9:12 PM IST

ଭୁବନେଶ୍ୱର: ଆଗାମୀ ଶିକ୍ଷାବର୍ଷରେ ଲାଗୁ ହେବ ଶିଶୁ ବାଲ ବାଟିକା ୩ । ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଏହା ଖୋଲାଯିବ । ଗତକାଲି (ସୋମବାର) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟରେ ଏନେଇ ଘୋଷଣା କରିଥିବା ବେଳେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଛୋଟ ପିଲାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପିଲାଟିଏ କିଭଳି ତାର ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବ ସେନେଇ ଯୋଜନା ଚାଲିଥିବା କହିଛନ୍ତି ମନ୍ତ୍ରୀ ।

୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ବାଲ ବାଟିକା ୩:

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ କହିଛନ୍ତି,"ଗତକାଲି ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ କରିଛନ୍ତି ।ଏଥିରେ ଶିକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ୩୧ ହଜାର ୧୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆମ ସରକାର ଆସିବା ପରେ ଏନଇପି(ଜାତୀୟ ଶିକ୍ଷା ନୀତି) ଲାଗୁ କରାଯାଉଛି । ପାଖାପାଖି ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ବାଲବାଟିକା ନିଆଯାଇଛି । ଆଗାମୀ ଦିନରେ ଏହା ଲାଗୁ କରାଯିବ । ଏହା ଖୁବଶୀଘ୍ର ଲାଗୁ କରାଯିବ । ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରାଯିବା ନେଇ ମଧ୍ୟ ଗୁରୁତ୍ଵ ଦିଆଯାଇଛି ।"

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧ ହଜାର ୧୮୫ କୋଟି:

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ (ETV Bharat Odisha)

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧ ହଜାର ୧୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨ ହଜାର ୯୬୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ୧୯୩ କୋଟି ଟଙ୍କା, ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ୧୪୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୮୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୯୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସେହିପରି ଭାବରେ ପିଏମ- ପୋଷଣ (PM- POSHAN) ପାଇଁ ୮୮୫ କୋଟି ଟଙ୍କା, ଏଥିରେ ରାଜ୍ୟ ସହାୟତା ବାବଦରେ ୫୯୧ କୋଟି ଓ PM-POSHAN ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅତିଥ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି ଟଙ୍କା, ସମଗ୍ର ଶିକ୍ଷା ନିମନ୍ତେ ୪ ହଜାର ୬୮୧ କୋଟି ଟଙ୍କା ଓ ସମଗ୍ର ଶିକ୍ଷା ନିମନ୍ତେ ରାଜ୍ୟ ସହାୟତା ବାବଦରେ ୮୪୪ କୋଟି ବ୍ୟୟ ବରାଦ କରାଯାଇଛି । ରାଜ୍ୟମାନଙ୍କ ପାଇଁ ଶିକ୍ଷାଦାନ-ଶିକ୍ଷଣ ଏବଂ ଫଳାଫଳକୁ ସୁଦୃଢ଼ (STARS) ଯୋଜନା ପାଇଁ ୭୧୪ କୋଟି ଟଙ୍କା ଓ PM-SHRI ନିମନ୍ତେ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହାମଧ୍ୟ ପଢନ୍ତୁ...

୨ ବର୍ଷରେ ୨୦୭ ଦାଦନ ଶ୍ରମିକ ମୃତ, ବ୍ରହ୍ମପୁରରୁ ସର୍ବାଧିକ

ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର, ୮ ମାସରେ ୧୮ ହଜାର ମହିଳା ବିରୋଧୀ ଅପରାଧ

ଓଡ଼ିଶା ବଜେଟ ୨୦୨୫-୨୬: ଶିକ୍ଷା କ୍ଷେତ୍ର ପାଇଁ ୪୧,୨୭୩ କୋଟି ବ୍ୟୟବରାଦ

ଉଚ୍ଚଶିକ୍ଷା ପାଇଁ ୩ହଜାର ୬୫୬ କୋଟିର ବ୍ୟୟବରାଦ:

ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗ ପାଇଁ ୩ହଜାର ୬୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ ପାଇଁ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ୪୫ କୋଟି, ଆମ କଲେଜ ଆମ ଗୌରବ ପାଇଁ ୧୦ କୋଟି ଓ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । PM-USHA ପାଇଁ ୧୦୦ କୋଟି, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (RUSA) ପାଇଁ ୯୯ କୋଟି ଏବଂ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୧୦୫ କୋଟି ଟଙ୍କାରେ ବ୍ୟୟବରାଦ କରାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ୧ ହଜାର ୭୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.