ETV Bharat / state

ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ, ଓଡ଼ିଶାରେ ଆହୁରି ୨ ଦିନ ବର୍ଷା - IMD ODISHA WEATHER UPDATE

ଓଡ଼ିଶାରେ ଆହୁରି ୨ ଦିନ ଲାଗି ରହିବ ବର୍ଷା । ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । କାଲି ଭୁବନେଶ୍ବରରେ ବର୍ଷା ।

ODISHA WEATHER
ODISHA WEATHER (ETV Bharat Odisha)
author img

By ETV Bharat Odisha Team

Published : Nov 28, 2024, 6:47 PM IST

ଭୁବନେଶ୍ବର: ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ସକ୍ରିୟ ରହିଛି । ଅବପାତଟି ଉତ୍ତର ଉତ୍ତର-ପଶ୍ଚିମ ଦିଗ ଦେଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ । ପରେ ପୁଣି ଆସନ୍ତା ୧୨ ଘଣ୍ଟାରେ ଉତ୍ତର ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବା ସହ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଦେଇ ୩୦ ତାରିଖ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହୋଇ ଗତି କରି ସ୍ଥଳଭାଗ ଛୁଇଁବ ବୋଲ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟାରେ ପରିଣତ ହେବକି ନାହିଁ ସ୍ପଷ୍ଟ ହୋଇ ନ ଥିବା ବେଳେ ପ୍ରକ୍ରିୟା ଉପରେ ନିରୀକ୍ଷଣ କରାଯାଉଛି ବୋଲି ବିଭାଗ କହିଛି ।

ଆସନ୍ତା ୨୪ ଘଣ୍ଟାରେ ଏହି ଜାଗାରେ ବର୍ଷା:

ODISHA WEATHER (ETV Bharat Odisha)

ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବାତ୍ୟାର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ନଥିବା ବେଳେ ବାୟୁର ଦିଗ ପରିବର୍ତ୍ତନକୁ ନେଇ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଆର୍ଦ୍ର ବାୟୁ ପ୍ରବେଶ କରୁଛି । ଫଳରେ ଆର୍ଦ୍ରତାର ମାତ୍ରା ଅଧିକା ରହୁଛି । ମାତ୍ରାଧିକ ଆର୍ଦ୍ରତା ଯୋଗୁଁ ଓଡ଼ିଶାରେ ପାଗ ମେଘୁଆ ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାର ଜିଲ୍ଲା ଓ ତାର ପାର୍ଶ୍ବବତ୍ତୀ ଅଞ୍ଚଳରେ ଏଭଳି ପାଗ ଲାଗିରହିବ । ଆସନ୍ତା ୨୪ ଘଣ୍ଟାରେ ପୁରୀ ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ କେମିତି ରହିବ ପାଗ:

ସେହିପରି ଆସନ୍ତାକାଲି ରାଜ୍ୟରେ ମେଘୁଆ ପାଗ ସହ କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟି କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୩୦ରେ ବି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ, କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ୩୦ ତାରିଖ ପରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଥିବାବେଳେ ଭୁବନେଶ୍ୱରରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...୧୬ ଜିଲ୍ଲାରେ ବର୍ଷିବ, ଆଗାମୀ ୩ ଦିନ ବର୍ଷା ନେଇ IMDର ପୂର୍ବାନୁମାନ

ଏହା ମଧ୍ୟ ପଢ଼ନ୍ତୁ...ଉପକୂଳ ମୁହାଁ ବାତ୍ୟା 'ଫେଙ୍ଗାଲ': ତାମିଲନାଡୁରେ ଆଲର୍ଟ, ଓଡ଼ିଶାରେ ବର୍ଷା ସମ୍ଭାବନା

ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ:

ଆସନ୍ତାକାଲି ଭୁବନେଶ୍ବରରେ ପାଗ ମୁଖ୍ୟତଃ ମେଘୁଆ ରହିବ । କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । କିନ୍ତୁ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ସେହିପରି ଆଗାମୀ ୨ ଦିନ ଯାଏଁ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ା ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ୨ରୁ ୩ଟି ଜିଲ୍ଲାରେ ଘନ କୁହୁଡୁ ସହ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳ ଭାବରେ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୨ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୪ ରହିଥିବା ବେଳେ କଟକରେ ୧୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.