ବାଲ୍ୟ ବିବାହ ମୁକ୍ତ ହେବ ଖୋର୍ଦ୍ଧା, ଶପଥ ନେଲେ ଜିଲ୍ଲାବାସୀ - CHILD MARRIAGE AWARENESS
🎬 Watch Now: Feature Video
Published : Nov 27, 2024, 7:14 PM IST
ଖୋର୍ଦ୍ଧା: କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦେଶବ୍ୟାପୀ 'ବାଲ୍ୟ ବିବାହ ମୁକ୍ତ ଭାରତ' ଅଭିଯାନ ଆରମ୍ଭ କରିଥିବା ବେଳେ ବାଲ୍ୟ ବିବାହ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ସହଯୋଗରେ ଏକ ଶୋଭାଯାତ୍ରା ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ଉପସ୍ଥିତ ଥିବା ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ସଂକଳ୍ପ ନେଇଛନ୍ତି ।
ଆଜି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ବାଲ୍ୟ ବିବାହ ବିରୋଧରେ ଭାରତ ସରକାର 'ବାଲ୍ୟ ବିବାହ ମୁକ୍ତ ଭାରତ' ଅଭିଯାନ ଆରମ୍ଭ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା, ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ସମାରୋହରେ ଯୋଗ ଦେଇ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ । ଜିଲ୍ଲାର ୩୦୦ରୁ ଅଧିକ ଗ୍ରାମବାସୀ, ଗ୍ରାମ ମୁଖିଆ, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ (CMPO), ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷୟିତ୍ରୀ ଓ ମହିଳାମାନେ ଶପଥ ନେଇ ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ଓ ବିଦ୍ୟାଳୟକୁ ବାଲ୍ୟ ବିବାହ ମୁକ୍ତ କରାଯବ । ଏହି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ । ସେହିପରି ଆଜିର କାର୍ଯ୍ୟକ୍ରମରେ ସସ୍ମିତା ସାହୁଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ସସ୍ମିତା ବାଲ୍ୟ ବିବାହ ନକରିବା ପାଇଁ ପରିବାର ନିଷ୍ପତିକୁ ବିରୋଧ କରି ୩ ଦିନ ଉପବାସ ରଖିଥିଲେ । ସସ୍ମିତାଙ୍କ ଏହି ପ୍ରୟାସକୁ ଜିଲ୍ଲାପାଳ ସାଧୁବାଦ ଦେଇଥିଲେ । ସେହିପରି ପଞ୍ଚାୟତ ସ୍ତରରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ବାଲ୍ୟ ବିବାହ ରୋକିବା ଦିଗରେ କାମ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....ବାଲ୍ୟ ବିବାହକୁ ରୋକିବା ପାଇଁ ଗ୍ରାମବାସୀ ନେଲେ ଶପଥ ଏହା ମଧ୍ୟ ପଢ଼ନ୍ତୁ....୫ ବର୍ଷରେ କେବିକେରେ ୧୪ ଶହରୁ ଅଧିକ ବାଲ୍ୟ ବିବାହ, ଆଗରେ ମାଲକାନଗିରି |
ଇଟିଭି ଭାରତ, ଖୋର୍ଦ୍ଧା