ମଧୁବାବୁଙ୍କ ସମାଧି ସ୍ଥଳରୁ ହଟିଲା ଚର୍ଚ୍ଚର ନାମ - GRAVEYARD OF MADHUSUDAN DAS

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 28, 2024, 8:11 AM IST

କଟକ: ଉତ୍କଳ ଗୋରବ ମଧୁସୁଦନ ଦାସ (ମଧୁବାବୁ)ଙ୍କ ସମାଧି ପୀଠରେ ଲେଖାଥିବା ଏକ ଚର୍ଚ୍ଚର ନାମକୁ ଲିଭାଯାଇଛି । କଟକ ମହାନଗର ନିଗମ କମିଶନରଙ୍କ ଉପସ୍ଥିତରେ ‘ମଧୁ ସ୍ମୃତି ସୁରକ୍ଷା ମଞ୍ଚ’ ପକ୍ଷରୁ ଏହି କାର୍ଯ୍ୟ କରାଯାଇଛି । ସମାଧି ସ୍ଥଳରେ ‘ଓଡିଆ ବାପଟିଷ୍ଟ ଚର୍ଚ୍ଚ’ ଲେଖା ଯିବା ଘଟଣାକୁ ବିଭିନ୍ନ ସଂଗଠନ ବିରୋଧ କରିଥିଲେ । ପରେ କଟକ ମହାନଗର ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । କେହି ଜଣେ ଦୁର୍ବୃତ୍ତ ଏଠାରେ ଏଭଳି ଲେଖିଥିବା ଅଭିଯୋଗ କରିଛନ୍ତି ‘ମଧୁ ସ୍ମୃତି ସୁରକ୍ଷା ମଞ୍ଚ’ର ସମ୍ପାଦକ ସନ୍ତୋଷ କୁମାର ମହାରଣା । 

ସେ କହିଛନ୍ତି,"ଏହି ସ୍ଥାନଟି ଯେତେବେଳେ ଅବହେଳିତ ଅବସ୍ଥାରେ ରହିଥିଲା ସେହି ସମୟରେ କେହି ଏଠାକୁ ଆସୁନଥିଲେ । କେବଳ ସୁରକ୍ଷା ମଞ୍ଚ ଫୁଲ ଧୂପ ଦେଇ ମଧୁ ସ୍ମୃତି ପୀଠର ସମ୍ମାନକୁ ବଜାୟ ରଖିଥିଲେ । କିନ୍ତୁ ଅପ୍ରେଲ ୨୮ତାରିଖରେ ମଧୁବାବୁ ଜୟନ୍ତୀ କାର୍ଯ୍ୟକ୍ରମ ପରେ କେହି ଜଣେ ଦୁର୍ବୃତ୍ତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଲେଖି ଦେଇଥିଲେ । ଯାହା ଓଡ଼ିଆ ଅସ୍ମିତା ପ୍ରତି ଏକ କୁଠାରଘାତ ଭଳି । ମଧୁବାବୁ ଓଡ଼ିଆ ଜାତିର କୁଳବୃଦ୍ଧ । ତାଙ୍କ ସମାଧି ସ୍ଥଳରେ ଏପରି ଲେଖିବା ଆଦୌ ଗ୍ରହଣୀୟ ନୁହେଁ । ମଧୁବାବୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ କିନ୍ତୁ ତାଙ୍କ ସମାଧି ସ୍ଥଳରେ କୌଣସି ସମ୍ପ୍ରଦାୟର ନାଁ ଲେଖିବା ଏକ ନିନ୍ଦନୀୟ ପ୍ରସଙ୍ଗ । ତେଣୁ ବାଧ୍ୟ ହୋଇ ମୁଖ୍ୟ ଫାଟକ ଉପରେ ଲେଖା ଥିବା କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଲେଖାକୁ ସର୍ବସମ୍ମୁଖରେ ଲିଭା ଯାଇଛି ।" 

ଏହା ମଧ୍ୟ ପଢନ୍ତୁ ...ସରିଲା ବାଲିଯାତ୍ରା, ସଫା ହେଲାନି ପଡିଆ: ଏମିତି ଚେତାବନୀ ଦେଲେ ଆଇନଜୀବୀ


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.