ETV Bharat / technology

Redmi Watch 5 ଓ Buds 6 Proର ଖୁଲାସା, ମିଳିବ 36ଘଣ୍ଟା ବ୍ୟାଟେରୀ କ୍ଷମତା - REDMI NEW PRODUCTS

ରେଡମି ଚୀନରେ ୱାଚ-5 ଓ ବଡ୍‌ସ 6 ପ୍ରୋ ଲଞ୍ଚ କରିଛି । ଯାହାକି ଭାରତରେ ଖୁବଶୀଘ୍ର ଲଞ୍ଚ ହେବ । ଇଅରବଡ୍ସର ବ୍ୟାଟେରୀ କ୍ଷମତା 36ଘଣ୍ଟା ରହିଛି । ଅଧିକ ପଢନ୍ତୁ

Redmi Watch 5 & Buds 6 Pro Unveiled
Redmi Watch 5 & Buds 6 Pro Unveiled (Credit- Redmi)
author img

By ETV Bharat Tech Team

Published : Nov 28, 2024, 6:49 PM IST

ହାଇଦ୍ରାବାଦ: ରେଡମି K80 ସିରିଜ ସ୍ମାର୍ଟଫୋନ ସହିତ ଆଉ 2ଟି ନୂଆ ପ୍ରଡକ୍ଟ ରେଡମି ୱାଚ-5 ଓ ରେଡମି ବଡ୍‌ସ 6 ପ୍ରୋକୁ ଚୀନରେ ଲଞ୍ଚ କରିଛି । ଚୀନରେ ସ୍ମାର୍ଟୱାଚ୍‌ ଓ ୱେୟାରଲେସ ବଡ୍‌ସ ପ୍ରି-ଅର୍ଡର ପାଇଁ ଉପଲବ୍ଧ । ଆସନ୍ତା କିଛି ମାସ ମଧ୍ୟରେ ଏହି ସମସ୍ତ ପ୍ରଡକ୍ଟର ଗ୍ଲୋବାଲ ଲଞ୍ଚ୍‌ ହେବ । କମ୍ପାନୀର ନୂଆ Budsର ବ୍ୟାଟେରୀ କ୍ଷମତା ବେଶ ଜବରଦସ୍ତ ରହିଛି । ଏହା 36ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରଖିପାରିବ ।

Redmi Watch 5
Redmi Watch 5 (Credit- Redmi)

Redmi Watch 5:-

  • ଏହି ସ୍ମାର୍ଟୱାଚ୍‌ରେ 2 ମିମି ଅଲଟ୍ରା-ୱାଇଡ୍‌ ବେଜେଲ୍ସ ସହିତ 82% ସ୍କ୍ରିନ-ଟୁ-ବଡି ଅନୁପାତ ରହିଛି ।
  • 324 PPI ପିକ୍ସେଲର ଘନତା ଏବଂ AI ଚାଳିତ ଆଣ୍ଟି-ମିସଟଚ୍‌ ଆଲଗୋରିଦମ ଅଜଣା ସ୍ପର୍ଶକୁ ରୋକିଥାଏ ।
  • ଏହାର କ୍ରାଉନ ଏବଂ ଶୀଘ୍ର ରିଲିଜ୍ ଷ୍ଟ୍ରାପ୍ ଡିଜାଇନ ଏହାକୁ ଉପଭୋକ୍ତାମାନଙ୍କ ପାଇଁ ଅଧିକ ଉପଯୋଗୀ କରିଛି ।
  • ଏହାର 550mAh ବ୍ୟାଟେରୀ ଅଛି, ଯାହା ଗୋଟିଏ ଚାର୍ଜରେ 24 ଦିନ ରହିପାରେ । ଏହି ବ୍ୟାଟେରୀ eSIM ମଡେଲରେ 12 ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକଅପ୍ ପ୍ରଦାନ କରିଥାଏ ।
  • ଏହି ସ୍ମାର୍ଟ ୱାଚ୍ HyperOS 2 ଅପରେଟିଂ ସିଷ୍ଟମରେ କାମ କରେ ଯାହାକି ଦ୍ରୁତ ଏବଂ ସ୍ମାର୍ଟ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ ।
  • ଏଥିରେ ଅନେକ ସ୍ମାର୍ଟ ଫିଚର ରହିଛି ଯେପରିକି ସ୍ମାର୍ଟୱାଚରୁ ଆପଣ TV,AC ଓ ଲାଇଟ୍‌ସକୁ ନିୟନ୍ତ୍ରଣ କରିପାରିବେ ।
  • ପବ୍ଲିକ ଟ୍ରାନ୍ସପୋର୍ଟ: WeChat ଓ Alipayକୁ ସମର୍ଥନ କରେ ।
  • NFC Car Key Support: Xiaomi, BYD ଓ Lotus କାରକୁ ଅନଲକ୍‌ କରିପାରିବ ।
  • ଫିଟନେସ ଓ ହେଲ୍‌ଥ ଟ୍ରାକିଂ: 150ରୁ ଅଧିକ ସ୍ପୋର୍ଟସ୍‌ ମୋଡ୍‌, ସଠିକ ହାର୍ଟରେଟ୍‌ ମନିଟରିଂ, Sp02 ଟ୍ରାକିଂ, ସ୍ଲିପ ଓ ଷ୍ଟ୍ରେସ୍‌ ଲେଭଲ୍‌ ମନିଟରିଂ ସହିତ ଏହି ଘଣ୍ଟା ସମ୍ପୂର୍ଣ୍ଣ ଭାବେ ଫିଟନେସ୍‌ ଫ୍ରେଣ୍ଡଲି । ଏଥିରେ ଥିବା 5ATM ୱାଟର ପ୍ରୋଟେକ୍ସନ ଏହାକୁ ପହଁରା ସମୟରେ ସୁରକ୍ଷିତ ରଖିଥାଏ ।
  • କଲର ଅପସନ: ଏହା 2ଟି ଭାରିଏଣ୍ଟ Elegant Black ଓ Bright Moon ସSilver ରଙ୍ଗ ସହିତ ଆସିଛି ।
Redmi Buds 6 Pro
Redmi Buds 6 Pro (Credit- Redmi)

Redmi Buds 6 Pro:-

  • ଉନ୍ନତ ଅଡିଓ ଗୁଣ ପାଇଁ ରେଡମି ବଡ୍‌ସ 6 ପ୍ରୋରେ ଏକ ଟ୍ରିପଲ୍ ଡ୍ରାଇଭର ସେଟଅପ୍ ରହିଛି । ଦୁଇ ଡ୍ରାଇଭର (ଇୟରବଡରେ ଏକ ଉରକରଣ ଯାହାକି ଇଲେକ୍‌ଟ୍ରିକ ସଙ୍କେତକୁ ଶବ୍ଦ ତରଙ୍ଗରେ ପରିଣତ କରେ ଯାହାକୁ ଆମେ ଶୁଣୁ ) ସିରାମିକ୍ ହୋଇଥିବାବେଳେ ଗୋଟିଏରେ ଟାଇଟାନିୟମ୍ ଆବରଣ ଅଛି। ଦାବି କରାଯାଇଛି ଯେ ଏହି ଇୟରବଡ୍‌ଗୁଡିକ ସ୍ବଚ୍ଛ, ସନ୍ତୁଳିତ ଏବଂ ଭଲ ଧ୍ବନି ପ୍ରଦାନ କରେ ।
  • Buds 6 Pro ସ୍ବତନ୍ତ୍ର ଅଡିଓକୁ ସମର୍ଥନ କରେ । କମ୍ପାନୀ ଦାବି କରିଛି ଯେ ଇୟରବଡରେ ମିଳୁଥିବା 'ଡିପ୍‌ ସ୍ପେସ୍ ନଏଜ୍ ରିଡକ୍ସନ' ଫିଚର ସାହାଯ୍ୟରେ ବାହ୍ୟ ଶବ୍ଦକୁ 55 ଡେସିବଲ୍ ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ ।
  • ବଡ୍‌ରେ ଫିଟ୍ ହୋଇଥିବା ମାଇକ୍‌ ENC ସହିତ ଆସିଥାଏ, ଯେଉଁ କାରଣରୁ କଲ୍ ସମୟରେ ବାହ୍ୟ ଶବ୍ଦ କମିଯାଏ ଏବଂ ସବୁକିଛି ସ୍ପଷ୍ଟ ଭାବରେ ଶୁଣାଯାଏ ।
  • ଗୋଟିଏ ଚାର୍ଜରେ ଏହାର ବ୍ୟାଟେରୀ କ୍ଷମତା 36 ଘଣ୍ଟା ରହିଛି । ଏହା ମାତ୍ର 5 ମିନିଟ୍ ଚାର୍ଜ କଲେ 2 ଘଣ୍ଟା ପାଇଁ ବ୍ୟବହାର କରାଯାଇପାରିବ ।
  • Buds 6 Proର ଗେମିଙ୍ଗ୍ ଏଡିସନ ମାତ୍ର 130 ମିଟର ପର୍ଯ୍ୟନ୍ତ ଅଡିଓ ପଠାଇପାରେ ।
Redmi Buds 6 Pro
Redmi Buds 6 Pro (Credit- Redmi)

ଉଭୟ ପ୍ରଡକ୍ଟର ଦାମ କେତେ ?

ରେଡମି ୱାଚର 5 eSIM (Redmi Watch 5 eSIM)ର ଦାମ 799ୟୁଆନ ଅର୍ଥାତ ଭାରତୀୟ ମୁଦ୍ରାରେ ଏହାର ଦାମ ପ୍ରାୟ 9,305ଟଙ୍କା ରହିଛି । Redmi Buds 6 Proର ଦାମ 399 ୟୁଆନ ରହିଛି ଯାହାକି ପ୍ରାୟ 4,605 ଟଙ୍କା । ଏହାର ଗେମିଂ ଏଡିସନର ଦାମ 499 ୟୁଆନ ବା 5815 ଟଙ୍କା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.