ଝାଜ୍ଜର (ହରିୟାଣା): କୁହାଯାଏ ଜୀବନକୁ ସମ୍ପୂର୍ଣ୍ଣ ବୁଝିବା ପରେ ହିଁ କୌଣସି ବ୍ୟକ୍ତି ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇଥାନ୍ତି । ଏହି କଥା ଯେମିତି ହରିୟାଣାର ଝାଜ୍ଜରର ବାସିନ୍ଦା ଅଭୟ ସିଂହଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି । ଅଭୟ ସିଂହଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି । ଏବେ ସନ୍ଥ ଭାବେ ନିଜକୁ ନୂଆ ପରିଚୟ ଦେଇଥିବା ଅଭୟଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ହେଉଛନ୍ତି ଦେଶର ପ୍ରତିଷ୍ଠିତ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ‘IIT ’ରୁ ଶିକ୍ଷା ଗ୍ରହଣ କରିଥିବା ଜଣେ ଛାତ୍ର ।
- IIT ଇଞ୍ଜିନିୟର ଏବେ ବାବା
‘IIT-ମୁମ୍ବାଇ’ରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବି.ଟେକ୍ କରିଛନ୍ତି ଅଭୟ । କେବଳ ସେ ଉଚ୍ଚଶିକ୍ଷିତ ନୁହନ୍ତି ବରଂ ଏହା ପରେ ବିଦେଶର ଏକାଧିକ ପ୍ରତିଷ୍ଠିତ କମ୍ପାନୀରେ କାମ ମଧ୍ୟ କରିଛନ୍ତି । ଅଭୟ ଭାରତ ଏବଂ କାନାଡାରେ କାମ କରିଛନ୍ତି । କିନ୍ତୁ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ସନ୍ଥ କରିଦେଲା । ପ୍ରୟାଗରାଜ ମହାକୁମ୍ଭରେ ଅଭୟ ସିଂହ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି । ‘ଇଟିଭି ଭାରତ’ ଟିମ୍ ତାଙ୍କ ଘରକୁ ଯାଇ ପରିବାରଠାରୁ ତାଙ୍କ ବିଷୟରେ ସୂଚନା ସଂଗ୍ରହ କରିଥିଲା ।
- IIT ବାବା ଅଭୟ ସିଂହ:
ପ୍ରୟାଗରାଜ କୁମ୍ଭମେଳାରେ ସାମିଲ ହୋଇଛନ୍ତି ଆଇଆଇଟି ବାବା ଅଭୟ ସିଂହ ।ଯାହାଙ୍କୁ ଦେଖିଲେ ସମସ୍ତେ ଚକିତ ହୋଇଯାଉଛନ୍ତି । ଯୁବାବସ୍ଥାରେ ଜଣେ ଶିକ୍ଷିତ ଯୁବକଙ୍କ ଏଭଳି ନିଷ୍ପତିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।
- ପୁରା କାହାଣୀ ବଖାଣିଲେ ଅଭୟଙ୍କ ବାପା:
ବାବା ଅଭୟ ସିଂହଙ୍କ ବାପା କରଣ ଗ୍ରେଓ୍ବାଲ ଇଜ୍ଜର ନ୍ୟାୟାଳୟରେ ଓକିଲାତି କରନ୍ତି । ତାଙ୍କ କହିବା ମୁତାବକ, ଅଭୟ ସିଂହ ପିଲାଦିନରୁ ହିଁ ବହୁତ ଭଲ ପାଠ ପଢୁଥିଲେ । ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷାଗ୍ରହଣ ପରେ ଅଭୟ ସିଂହ ଦିଲ୍ଲୀ ଆଇଆଇଟି ପରୀକ୍ଷା ପାଇଁ କୋଚିଂ ନେଇଥିଲେ । ସେ ମୁମ୍ବାଇ ଆଇଆଇଟିରୁ ବିଟେକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ମାଷ୍ଟର ଅଫ୍ ଡିଜାଇନିଙ୍ଗ୍ କୋର୍ସ ମଧ୍ୟ କରିଥିଲେ ।ଅଭୟ ସିଂହ ଆଉ ମଧ୍ୟ ରାଜଧାନୀ ଦିଲ୍ଲୀ ଓ କାନାଡାରେ ପ୍ରତିଷ୍ଠିତ କମ୍ପାନୀମାନଙ୍କରେ ଚାକିରି ମଧ୍ୟ କରିଥିଲେ ।କିନ୍ତୁ ଏହା ପରେ ସେ କାନାଡା ଛାଡି ସ୍ବଦେଶ ଫେରି ଆସିଥିଲେ । ଏହି ସମୟରେ ସେ ଅନେକ ଦିନ ଧରି ଶୀତ ଦିନରେ ମନାଲୀ, ଶିମଳା, ହରିଦ୍ୱାର ସମେତ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇଥିଲେ ।
#WATCH | Prayagraj, UP: #MahaKumbh2025 | Baba Abhay Singh who is from Juna Akhada and was also an IIT student once, says, " i come from haryana, i went to iit, then changed to arts from engineering, that also didn't work so i kept changing and later i arrived at the final truth.… pic.twitter.com/Li6EwgCXbU
— ANI (@ANI) January 15, 2025
- ୬ ମାସ ହେଲା ପୁଅ ସହ କଥା ହୋଇନାହାନ୍ତି ପରିବାର:
ସେ ଆଉମଧ୍ୟ କହିଛନ୍ତି, "ଅଭୟ ସିଂହଙ୍କ ସହ ୬ ମାସ ହେଲା କୌଣସି କଥାବାର୍ତ୍ତା ହୋଇନାହିଁ । ୬ ମାସ ହେଲା ସେ କେଉଁଠି ଅଛି ଜଣାନାହିଁ । ସେ ପରିବାରଠାରୁ ଦୂରରେ ରହିଛନ୍ତି । ପୁଅର ମା ଓ ଭଉଣୀ ତାଙ୍କୁ ଝୁରୁଛନ୍ତି ।" ତେବେ ପୁଅ ଫେରୁଆସୁ ବୋଲି ସେ ଓ ତାଙ୍କ ପରିବାର ଚାହୁଁଥିବା କହିଛନ୍ତି କରଣ ଗ୍ରେଓ୍ବାଲ । କିନ୍ତୁ ବାବା ହେବା ପରେ ତାଙ୍କ ପୁଅ ଘରକୁ ଫେରିବାର ସମ୍ଭାବନା କ୍ଷୀଣ ବୋଲି କହିଛନ୍ତି କରଣ ।
ପୁଅକୁ ଘରକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ବାପା । ଘରକୁ ଫେରିଆସି ଗୃହସ୍ଥ ଜୀବନ ଆପଣାଇ ନେବାକୁ ସେ ପୁଅକୁ ନିବେଦନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ