ETV Bharat / opinion

ଦକ୍ଷିଣ-ଏସିଆରେ ବଦଳୁଛି ସ୍ଥିତି: ପାକିସ୍ତାନର ନିକଟତର ହେଉଛି ବାଂଲାଦେଶ, ଚିନ୍ତାରେ ଭାରତ - BANGLADESH CRISIS

ନୂଆଦିଲ୍ଲୀର ପ୍ରୟାସ ସତ୍ତ୍ବେ ପାକିସ୍ତାନର ନିକଟତର ହେବାରେ ଲାଗିଛି ବାଂଲାଦେଶ । ସେପଟେ ତାଲିବାନ ସହ ସମ୍ପର୍କ ସୁଦୃଢ କରୁଛି ନୂଆଦିଲ୍ଲୀ । ଦକ୍ଷିଣ-ଏସିଆରେ ବଦଳୁଥିବା ସ୍ଥିତିକୁ ନେଇ ମେଜର ହର୍ଷ କାକ୍କରଙ୍କ ଆଲେଖ୍ୟ

ଦକ୍ଷିଣ-ଏସିଆରେ ବଦଳୁଛି ସ୍ଥିତି
ଦକ୍ଷିଣ-ଏସିଆରେ ବଦଳୁଛି ସ୍ଥିତି (ETV Bharat Odisha)
author img

By Major General Harsha Kakar

Published : Jan 15, 2025, 10:54 PM IST

ନୂଆଦିଲ୍ଲୀ: ଦୁବାଇରେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ର ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମୁଲ୍ଲା ଆମିର ଖାନ ମୁତାକିଙ୍କ ମଧ୍ୟରେ ଏକ ଜୁରୁରୀ ଆଲୋଚନା ହୋଇଛି । ନିକଟରେ ଶେଷ ହୋଇଥିବା ଏହି ବୈଠକ ଦକ୍ଷିଣ-ଏସିଆର ପରିବର୍ତ୍ତିତ ସ୍ଥିତିରେ ସଦ୍ୟତମ ଘଟଣା । ଗତବର୍ଷ ଅଗଷ୍ଟରେ ବାଂଲାଦେଶରେ ଶେଖ ହାସିନା ଶାସନର ପତନ ସହିତ ରାଜନୈତିକ ସ୍ଥିତି ମଧ୍ୟ ବଦଳିବା ଆରମ୍ଭ ହୋଇଥିଲା । ସେବେଠାରୁ ବାଂଲାଦେଶକୁ ଭାରତରୁ ନିରନ୍ତର ସମର୍ଥନ ସତ୍ତ୍ୱେ ମଧ୍ୟ ଢାକା କ୍ରମଶଃ ପାକିସ୍ତାନ ଆଡକୁ ଆକର୍ଷିତ ହେଉଥିବା ପରି ଦୃଶ୍ୟମାନ ହେଉଛି ।

  • ପାକିସ୍ତାନରୁ ଗୋଳାବାରୁଦ ଆମଦାନୀ କରିବ ବାଂଲାଦେଶ

ପାକିସ୍ତାନରୁ ଗୋଳାବାରୁଦ ଏବଂ ଖାଦ୍ୟଶସ୍ୟ ଆମଦାନୀ ଏବଂ ପାକ୍ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ଆଗାମୀ ବାଂଲାଦେଶ ଗସ୍ତ ଏହି ପରିବର୍ତ୍ତିତ ସ୍ଥିତିର ସୂଚକ ଭାବେ ସାମ୍ନାକୁ ଆସିଛି । ଇଶାକ ଦାର ଏକ ମନ୍ତବ୍ୟରେ ଉଲ୍ଲେଖ କରିଥିଲେ, ବାଂଲାଦେଶ ପାକିସ୍ତାନର 'ହଜିଯାଇଥିବା ଭାଇ' । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ଏକାଧିକ ବୈଠକ ହେବା ପରେ ଇଶାକ ଦାରଙ୍କ ଏହି ଗସ୍ତ ଚୂଡାନ୍ତ ହୋଇଛି । ଏହି ପ୍ରସ୍ତାବିତ ଗସ୍ତରେ ଉଭୟ ଦେଶର ସମ୍ପର୍କକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି ।

ଦକ୍ଷିଣ-ଏସିଆରେ ବଦଳୁଛି ସ୍ଥିତି
ଦକ୍ଷିଣ-ଏସିଆରେ ବଦଳୁଛି ସ୍ଥିତି (ETV Bharat Odisha)
  • ଢାକା ସହ ଆଲୋଚନା ଜାରି ରଖିଥିଲା ନୂଆଦିଲ୍ଲୀ

‘ସାର୍କ’କୁ ପୁଣି ଥରେ ସକ୍ରିୟ କରିବା ପାଇଁ ୟୁନୁସଙ୍କ ବାରମ୍ବାର ଆହ୍ୱାନ ନୂଆଦିଲ୍ଲୀ ପାଇଁ ହତାଶାର କାରଣ ହୋଇଛି । ଭାରତ ୟୁନୁସଙ୍କ ଦାବିକୁ ଅଣଦେଖା କରି ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାକୁ ଆଶା ରଖିଥିଲା । ସେହି ଆଭିମୁଖ୍ୟ ସହ ନୂଆଦିଲ୍ଲୀ ଢାକା ସହ ଆଲୋଚନା ମଧ୍ୟ ଜାରି ରଖିଥିଲା । ଏବେ ସେହି ସ୍ଥିତିରେ କୌଣସି ସୁଫଳ ମିଳିବା ପରି ଦୃଶ୍ୟମାନ ହେଉନାହିଁ । ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଉଥିବା ନେଇ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି । ସୂଚନା ଅନୁଯାୟୀ, ଭାରତ ବିପକ୍ଷରେ ପ୍ରତିରୋଧ ସ୍ୱରୂପ ବାଂଲାଦେଶ ପାକିସ୍ତାନରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ତୁର୍କୀରୁ ଟ୍ୟାଙ୍କ କିଣିବା ବିଷୟରେ ବିଚାର ମଧ୍ୟ ଆରମ୍ଭ କରିଛି ।

  • ବାଂଲାଦେଶ ସେନାକୁ ତାଲିମ ଦେବ ପାକିସ୍ତାନ

ଏହା ବ୍ୟତୀତ, ପାକିସ୍ତାନ ସେନା ଚଳିତବର୍ଷ ଫେବୃଆରୀରୁ ବାଂଲାଦେଶ ସେନାକୁ ତାଲିମ ଦେବା ଆରମ୍ଭ କରିବ । ଏହି ତାଲିମ ବାଂଲାଦେଶର ଚାରୋଟି କ୍ୟାଣ୍ଟନମେଣ୍ଟରେ ଦିଆଯିବାକୁ କ୍ଷେତ୍ର ପ୍ରସ୍ତୁତି ଜାରି ରହିଛି । ପାକିସ୍ତାନୀ ଦଳର ନେତୃତ୍ୱ ମେଜର ଜେନେରାଲ ପାହ୍ୟାର ଜଣେ ଅଧିକାରୀ ନେବାକୁ କରାଚି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯଦିଓ ପାକ୍ ସୈନ୍ୟଙ୍କ ତାଲିମ ଭାରତ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ନୁହେଁ, କିନ୍ତୁ ଚିନ୍ତାର ବିଷୟ ହେଉଛି ଯେ ପାକିସ୍ତାନରେ ମୌଳବାଦ ବୃଦ୍ଧି ପାଇବ । ଏହା ବ୍ୟତୀତ, ଭାରତ-ବାଂଲାଦେଶ ସାମରିକ ସମ୍ପର୍କ ମଧ୍ୟ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେବ । କାରଣ ଏହି ପ୍ରୟାସରେ ଭାରତ ବିରୋଧୀ ତତ୍ତ୍ୱଗୁଡ଼ିକୁ ମଧ୍ୟ ଏହି ଏଜେଣ୍ଡା ସହ ଯୋଡାଯିବାର ଅନେକାଂଶରେ ଆଶଙ୍କା ରହିଛି । ଭାରତ ବ୍ୟତୀତ ବାଂଲାଦେଶ ପାଇଁ ଅନ୍ୟ କୌଣସି ବିପଦ ନାହିଁ । ପାକିସ୍ତାନ ବାଂଲାଦେଶରେ ପ୍ରବେଶ କରିବା ସହିତ, ଚୀନ୍ ମଧ୍ୟ ଖୁବ୍ ଶୀଘ୍ର ବାଂଲାଦେଶରେ ପ୍ରବେଶ କରିବାର ଆଶଙ୍କା ରହିଛି । ଯାହା ନୂଆଦିଲ୍ଲୀ ପାଇଁ ଚିନ୍ତାର ବିଷୟ ହେବାକୁ ଯାଉଛି ।

  • ଭାରତ ବିରୋଧରେ ଆତଙ୍କବାଦୀ ପ୍ରସ୍ତୁତ କରିବ ପାକିସ୍ତାନ

ଏହା ବ୍ୟତୀତ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ‘ଆଇଏସଆଇ’ ପାଇଁ ଭାରତ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ତାଲିମ ଦେବା ପାଇଁ ଦେଶରେ ନୂଆ ଆଡ୍ଡା ସ୍ଥାପନ କରିବାର ପଥ ପରିଷ୍କାର କରିଦେବ । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଏପରି କରି ଆସିଛି । ଯଦି ପାକିସ୍ତାନ ସେନା ଏପରି କରିବାରେ ସଫଳ ହୁଏ, ତେବେ ବାଂଲାଦେଶ ମଧ୍ୟ କାଶ୍ମୀରୀ ଆତଙ୍କବାଦୀଙ୍କୁ ଭାରତ ପଠାଇବାର ଏକ ମାଧ୍ୟମ ହୋଇପାରେ । ବିଶେଷ ସୂତ୍ରରୁ ଏକ ଗୁପ୍ତ ରିପୋର୍ଟ କହୁଛି ଯେ ଏହି ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଛି ।

  • ଭାରତ- ଆଫଗାନିସ୍ତାନ ଆଲୋଚନା

ଭାରତୀୟ ବୈଦେଶିକ ସଚିବ ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ଇସଲାମାବାଦକୁ ଚେତାବନୀ ଦେବାର ଏକ ପ୍ରୟାସ ଥିଲା ବୋଲି ବିଚାର କରାଯାଉଛି । ଯଦି ପାକିସ୍ତାନ ବାଂଲାଦେଶରୁ ଭାରତ ପ୍ରତି ସମସ୍ୟା ସୃଷ୍ଟି କରିବାର ନିଷ୍ପତ୍ତି ନି’ଏ ତେବେ ପରିଣାମ କ'ଣ ହୋଇପାରେ, ତାହା ନୂଆଦିଲ୍ଲୀ ପରୋକ୍ଷରେ ଚେତାଇ ଦେବାକୁ ଚାହୁଁଥିଲା । ଆଫଗାନିସ୍ତାନରେ ଆମେରିକା ଏବଂ ନାଟୋ ବିରୋଧରେ ସଂଘର୍ଷ ସମୟରେ ପାକିସ୍ତାନ ତାଲିବାନକୁ ସମର୍ଥନ କରିବା ସତ୍ତ୍ୱେ, ବର୍ତ୍ତମାନ ପାକିସ୍ତାନ ଏବଂ ଆଫଗାନିସ୍ତାନର ଭଲ ସମ୍ପର୍କ ନାହିଁ । ଯାହା ଆବଶ୍ୟକସ୍ଥଳେ ଭାରତ ପାଇଁ ଆଫଗାନିସ୍ତାନ ସହ ସମ୍ପର୍କ ଯୋଡିବାର ଏକ ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିପାରେ ।

ଏହା ମଧ୍ୟ ପଢନ୍ତୁ:-

OPINION: ପାକିସ୍ତାନରେ ଅସ୍ଥିରତା ପଛରେ କିଏ ?

ଭାରତର ସଙ୍କଟଗ୍ରସ୍ତ ପଡୋଶୀ - Indias troubled neighborhood

ଆଫଗାନିସ୍ତାନରେ ଟିଟିପି (ତେହରିକ-ଏ-ତାଲିବାନ ପାକିସ୍ତାନ) ଏବଂ ବାଲୁଚ୍ ବିଦ୍ରୋହୀଙ୍କ ଶିବିର ଉପରେ ଆକ୍ରମଣ ଘଟଣା ପାକ୍ ସେନାକୁ ଅଧିକ ବିପଦରେ ପକାଇଛି, ଏଥିରେ ସନ୍ଦେହ ନାହିଁ । ପାକିସ୍ତାନ ଆଫଗାନିସ୍ତାନରେ ଏକ ତଥାକଥିତ ‘ଟିଟିପି’ ଆଡ୍ଡା ଉପରେ ଯୁଦ୍ଧ ବିମାନ ଆକ୍ରମଣ କଲା । ଏଥିରେ ପ୍ରାୟ 50 ଲୋକଙ୍କର ମୃତ୍ୟୁ ଘଟିଥିଲା । ଯେଉଁମାନେ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ । ଯେଉଁମାନେ ମୁଖ୍ୟତଃ ପାକିସ୍ତାନରୁ ଯାଇଥିବା ଶରଣାର୍ଥୀ ଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ଏହା ପରେ ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା ତାଲିବାନ ସେନା ।

ଏହି ଘଟଣାରେ ଭାରତ ଆଫଗାନିସ୍ତାନକୁ ସମର୍ଥନ କରିଥିଲା ​​ଏବଂ ବିମାନ ଆକ୍ରମଣକୁ କଡା ଭାଷାରେ ସମାଲୋଚନା ମଧ୍ୟ କରିଥିଲା । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଥିଲା, ‘‘ଆମେ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ଯେକୌଣସି ଆକ୍ରମଣକୁ କଡା ନିନ୍ଦା କରୁଛୁ ।’’ ପାକିସ୍ତାନର ଆଭ୍ୟନ୍ତରୀଣ ବିଫଳତା ପାଇଁ ପଡ଼ୋଶୀମାନଙ୍କୁ ଦାୟୀ କରିବା ଏହାର ପୁରୁଣା ଅଭ୍ୟାସ ।

ସମ୍ପାଦକୀୟ....

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.