ମୁଁ କହିଥିଲି ପ୍ରଧାନମନ୍ତ୍ରୀ ଆସିଲେ ବି କିଛି କରିପାରିବେନି: ସିଦ୍ଧରମୈୟା

By

Published : May 13, 2023, 12:45 PM IST

thumbnail

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭୋଟ ଗଣତି ଜାରି ରହିଥିଲେ ସୁଦ୍ଧା ଜନାଦେଶ ପ୍ରାୟତଃ ସ୍ପଷ୍ଟ ହୋଇସାରିଲାଣି । ସରକାର ଗଠନ କରିବାକୁ ଯାଉଥିବା କଂଗ୍ରେସ ଶିବିରରେ ଏବେ ଉତ୍ସବ ପାଳନ ଜାରି ରହିଛି । ରାଜ୍ୟରେ କଂଗ୍ରେସର ବଡ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଫଳାଫଳ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି, ସେ ନିଶ୍ଚିତ ଥିଲେ ଯେ ଦଳ ଭଲ ପ୍ରଦର୍ଶନ କରିବ । କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କଲେ ମଧ୍ୟ ବିଜେପିକୁ କ୍ଷମତା ମିଳିବନାହିଁ । ବାସ୍ତବିକ ଫଳାଫଳ ମଧ୍ୟ ସେପରି ହେବାକୁ ଯାଉଛି । କଂଗ୍ରେସ ଏବେ 120 ଆସନରେ ଆଗରେ ରହିଛି ବୋଲି କହିଛନ୍ତି ସିଦ୍ଧରମୈୟା । ତେବେ ମୁଖ୍ୟମନ୍ତ୍ରୀ ପଦ ନେଇ ସେ ଓ ପ୍ରଦେଶ କଂଗ୍ରେସ ସଭାପତି ଡି.କେ ଶିବ କୁମାରଙ୍କ ମଧ୍ୟରେ ପ୍ରମୁଖ ଦାବିଦାରୀ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ଆସନ୍ତାକାଲି ସକାଳେ ନବ ନିର୍ବାଚିତ ବିଧାୟକଙ୍କ ବୈଠକ ହେବ । ଦେଖନ୍ତୁ କଣ କହିଛନ୍ତି ସିଦ୍ଧରମୈୟା... 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.