thumbnail

By

Published : Apr 29, 2023, 5:06 PM IST

ETV Bharat / Videos

ଅଭିବାଦନ ଜଣାଇବା ବେଳେ ପଡିଗଲେ ସିଦ୍ଧରମୈୟା, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଜାରି ରଖିଛନ୍ତି ପ୍ରଚାର । ଆଜି ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସଦ୍ଧରମୈୟା ଏକ କାର୍ଯ୍ୟକ୍ରମରେ କାର ଉପରେ ଛିଡାହୋଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ବେଳେ ପଡି ଯାଇଥିବା ଦେଖିବାକୁ ମିଳିଛି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ ନିଜ କାରରେ ଡୋର ଖୋଲି ଛିଡା ହୋଇ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ପରେ ସେ କାର ଭିତରେ ବସିବା ପାଇଁ ପ୍ରବେଶ କରିବା ବେଳେ ତାଙ୍କ ଭାରସାମ୍ୟ ବିଗିଡି ଯାଇଥିଲା । ସେ ପଡିଯାଇଥିଲେ ସୁଦ୍ଧା ସେଠାରେ ଥିବା ସହଯୋଗୀ ଓ ସୁରକ୍ଷାକର୍ମୀ ତାଙ୍କୁ ସମ୍ଭାଳି ନେଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମେ’ 10 ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆଉ ପ୍ରାୟ ଏକ ସପ୍ତାହ ବାକି ଅଛି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.