ଭୁବନେଶ୍ବର: ଝିଅକୁ ଉଚ୍ଚ ଶିକ୍ଷା ପାଇଁ ନେପାଳରୁ ଓଡ଼ିଶାକୁ ପଠାଇଥିଲେ ପରିବାର । ରବିବାର ସଂନ୍ଧ୍ୟାରେ ହଠାତ ଫୋନ ଆସିଲା ଝିଅ ଆଉ ନାହିଁ । ଏହି ଖବର ଶୁଣିବା ପରେ ଭୁବନେଶ୍ବରେ ପହଞ୍ଚି କୋହଭରା କଣ୍ଠରେ ନ୍ୟାୟ ଦାବି କରିଛନ୍ତି ମୃତ ନେପାଳୀ ଛାତ୍ରୀଙ୍କ ବାପା । ଅନ୍ୟପେଟ ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି । ଘଟଣାରେ ଏଯାବତ 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଆମେ ପ୍ରତି ଦୁଇ ଘଣ୍ଟାରେ ନେଉଛୁ ରିପୋର୍ଟ ।
ନ୍ୟାୟ ଦାବି କଲେ ମୃତ ଛାତ୍ରୀଙ୍କ ବାପା, ମୃତ୍ୟୁ ପୂର୍ବରୁ ମାଆଙ୍କ ସହ କଥା ହୋଇଥିଲେ ଛାତ୍ରୀ:
ମୃତ ଛାତ୍ରୀଙ୍କ ବାପା କହିଛନ୍ତି, ''ଘଟଣା ସମ୍ବନ୍ଧରେ ଆମକୁ କିଛି ବି ଜଣାନଥିଲା । ଆମକୁ କେବଳ ଫେନ କରିକି କୁହାଗଲା ଯେ ଏଠାକୁ ଆସିବାକୁ । ଏଠାକୁ ଆସିବା ପରେ ଆମ ଝିଅ ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଜାଣିଲୁ । ଏହା ପୂର୍ବରୁ ଆମକୁ କିଛିବି ଜଣାନଥିଲା । ଆମକୁ ଝିଅର ମୃତ୍ୟୁ ନେଇ ରବିବାର ସନ୍ଧ୍ୟାରେ ଫୋନ ଆସିଥିଲା । ଏହା ପୂର୍ବାରୁ 2.51 ମିନିଟରେ ମୋ ଝିଅ ତା ମାଆ ସହ କଥା ହୋଇଥିଲା । ଝିଅ କହିଥିଲା ଆମର ପ୍ରୋଗ୍ରାମ ଅଛି । ସେ ସମୟରେ ସେ ପୁରା ଠିକ ଥିଲା । କହିଥିଲା ଆସିବା ପରେ ଫୋନ କରିବ । କଲେଜ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ଆମକୁ ସହଯୋଗ କରୁଛନ୍ତି । ଆଉ କାହା ସହ ଏମିତି ଘଟଣା ନଘଟୁ । ଆମକୁ ଏବେ ନ୍ୟାୟ ଦରକାର ।''
Odisha CM @MohanMOdisha must act now!
— Varun Choudhary (@varunchoudhary2) February 17, 2025
Hours have passed since Prakriti's death, yet Odisha Govt remains silent. @KIITUniversity is issuing racially discriminatory orders and trying a cover-up.
BJP govt at both Centre and State must ensure accountability.#JusticeForPrakriti pic.twitter.com/LzB3203HMM
ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳ ଦୂତାବାସର କନସଲେଟ ଟିମ୍:
ନେପାଳ ଛାତ୍ରୀଙ୍କ ମୃତ୍ୟୁ ଓ ଉତ୍ତେଜନା ଘଟଣାର ଛାନଭିନ କରିବାକୁ ଘରୋଇ ବିଶ୍ବବିଦ୍ୟାଳୟରେ ପହଞ୍ଚିଛନ୍ତି ନେପାଳ କନସଲେଟ । ନେପାଳ ଦୂତାବାସର ଦୁଇ ଜଣିଆ କନସଲେଟ ଟିମ୍ ପହଞ୍ଚିବା ପରେ ସେମାନେ ତନାଘନା ଆରମ୍ଭ କରିଛନ୍ତି । କେଉଁଠି ନେପାଳୀ ଛାତ୍ରୀ ଜୀବନ ହାରିଥିଲେ, କେଉଁଠି ଛାତ୍ରଛାତ୍ରୀଙ୍କ ଉତ୍ତେଜନା ଦେଖାଦେଇଥିଲା। ଏନେଇ ପୁରା କ୍ୟାମ୍ପସ ବୁଲି ପଚରାଉଚରା କରୁଛନ୍ତି । ବର୍ତ୍ତମାନ କେତେ ଜଣ ନେପାଳ ଛାତ୍ରଛାତ୍ରୀ କ୍ୟାମ୍ପସେର ଅଛନ୍ତି ଓ କେତେ ଜଣ ଫେରିଯାଇଛନ୍ତି ତାହା ମଧ୍ୟ ପଚାରି ବୁଝୁଛନ୍ତି ।
Press Release regarding Odisha Incident. pic.twitter.com/ey8VN3ekKR
— Dr. Shankar P Sharma (@DrShankarSharma) February 17, 2025
|
ନେପାଳ ଛାତ୍ରଛାତ୍ରୀଙ୍କୁ ମାଡ ଘଟଣାରେ 5 ଗିରଫ:
ଅନ୍ୟପଟେ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା କର୍ମଚାରୀ ମାଡ଼ ମାରିବା ଘଟଣାରେ ପୋଲିସ ଏକ ଆଉ ଏକ ମାମଲା ରୁଜୁ କରିଛି। ୫୫/୨୫ଆଧାରରେ ଏକ କେସ କରି ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍କଙ୍କୁ କୋର୍ଟ ଚାଲାଣ କରାଯାଇଛି । ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଲାଇନ ନମ୍ବର କମିଶନରେଟ ପୋଲିସ ଜାରି କରିଛି । ଛାତ୍ରୀ ଆତ୍ମହତ୍ୟା ମାମଲାରେ ଗିରଫ ହେଲେ 5ଜଣ । ଦୁଇଜଣ ସିକ୍ୟୁରିଟି ଗାର୍ଡ ଏବଂ ତିନିଜଣ ନିର୍ଦ୍ଦେଶକ ଗିରଫ । ଗିରଫ ମାନେ ହେଲେ-
1- ଶିବାନନ୍ଦ ମିଶ୍ର, ଡାଇରେକ୍ଟର ଜେନେରାଲ କିଟ୍ ୟୁନିଭରସିଟି
2- ପ୍ରତାପ କୁମାର ଚମ୍ପତି, ଡାଇରେକ୍ଟର ଆଡମିନିଷ୍ଟ୍ରେସନ୍
3- ସୁଧୀର କୁମାର ରଥ, ହଷ୍ଟେଲ ଡାଇରେକ୍ଟର
4- ରମାକାନ୍ତ ନାୟକ, ସିକ୍ୟୁରିଟି ଗାର୍ଡ
5- ଯୋଗେନ୍ଦ୍ର ବେହେରା, ସିକ୍ୟୁରିଟି ଗାର୍ଡ

ଗୃହରେ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଝଡ:
ଆଜି ବିଧାନସଭାର ଶୂନ୍ୟକାଳରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗ ଉଠିଥିଲା । ନାଁ ନନେଇ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ ଉଠାଇଥିଲେ ବରିଷ୍ଠ ବିଜେଡି ସଦସ୍ୟ ପ୍ରତାପ ଦେବ । ଏହାକୁ ନେଇ ପ୍ରତାପଙ୍କୁ ପାଲଟା ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ପରି, ମମିତା ମେହେର, ମାହାଙ୍ଗା ଡବଲ ମର୍ଡର କଥା ଉଠାଇ ଆଇନ ଶୃଙ୍ଖଳାର ପାଠ କିଏ ପଢ଼ାଉଛି ବୋଲି କହିଥିଲେ ଟଙ୍କଧର । ଅନ୍ୟପଟେ ଘରୋଇ ବିଶ୍ବବିଦ୍ୟାଳୟର ମୁଖ୍ୟଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ । ଏହି ଘଟଣା ପାଇଁ ଖାଲି ଓଡିଶା ନୁହେଁ ଭାରତ ବର୍ଷକୁ ସାରା ବିଶ୍ୱରେ ନିନ୍ଦିତ ହେବାକୁ ପଡିଲା ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଏ ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।
ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମୃତ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର-
ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଜୀବନ ହାରିବା ଓ ପରବର୍ତ୍ତୀ ସମୟରେ ବିଶୃଙ୍ଖଳାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଆଜି ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଓ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ମିଟିର ରିପୋର୍ଟ ଆଧାରରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି ।
ଘରୋଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କଲେ ରାଜ୍ୟ ସରକାର:
ଆଜି ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୋଲିସ ଡିଜି, ଟ୍ଵିନ ସିଟି ପୋଲିସ କମିଶନର, ଉଚ୍ଚଶିକ୍ଷା ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଘରୋଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଡାକି ଜବାବ ତଲବ କରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ । କିଟ ବିଶ୍ୱବିଦ୍ୟାଳୟକୁ ନୋଟିସ ଜାରି କରାଯିବା ସହ ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି । ସେଥିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଓ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଅଛନ୍ତି ।
ଛାତ୍ରଛାତ୍ରୀଙ୍କ ଉପରେ ବଳପ୍ରୟୋଗ କରାଯିବାର ତଦନ୍ତ ହେବ:
ସେହିପରି କମିଟିର ରିପୋର୍ଟ ଆଧାରରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ଛାତ୍ରଛାତ୍ରୀଙ୍କ ଉପରେ ସ୍ଥାନୀୟ ବ୍ୟକ୍ତିମାନଙ୍କ ଦ୍ୱାରା ବଳପ୍ରୟୋଗ କରାଯିବାର ମଧ୍ୟ ତଦନ୍ତ କରାଯାଉଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିରାପତ୍ତା, ସମ୍ମାନ ଓ ଭଲ ରହିବା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ତ୍ୱରିତ ଓ ଯଥାର୍ଥ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ସୁନିଶ୍ଚତ କରାଇବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା:
ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, " ଘରୋଇ ବିଶ୍ବବିଦ୍ୟାଳୟରେ ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିଥିଲା । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ହାନୀ ପହଞ୍ଚିଲା ପରି ଘଟଣା ଘଟିଛି । ଦେଶ ବାହାରର ଛାତ୍ରଛାତ୍ରୀଙ୍କ ପ୍ରତି ଆମର ଯତ୍ନ ଅଧିକ ବଢି ଯାଉଛି । କାରଣ ସେମାନେ ଆମର ଅତିଥି ଛାତ୍ରଛାତ୍ରୀ । ନିକଟରେ ଆମେ ପ୍ରବାସୀ ଭାରତୀୟ ଦିବସ ପାଳନ କରିଛନ୍ତି । ପ୍ରଶଂସା ସାଉଁଟିଛନ୍ତି । ଘଟଣା ପରେ ଆଜି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଏହି କମିଟି ଆଜି ବସି ଘରୋଇ ବିଷ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରାଯାଇଛି । ଏହି ଘଟଣାକୁ ଆହୁରି ପରୀକ୍ଷଣ ନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ଏକ ଫ୍ୟାକ୍ଟ୍ରି ଫାଇଣ୍ଡିଂ ଟିମ ଗଠନ କରିଛନ୍ତି । ଛାତ୍ରୀଙ୍କ ଘଟଣା ହୋଇଥିବାରୁ ଜଣେ ମହିଳାଙ୍କୁ ମଧ୍ୟ କମିଟିରେ ମହିଳା ଶିଶୁ ବିକାଶ ବିଭାଗର ସଚିବଙ୍କୁ ରଖାଯାଇଛି । ସମ୍ପୂର୍ଣ୍ଣ ଘଟଣା ସହ କେବଳ ନେପାଳ ଛାତ୍ରଛାତ୍ରୀଙ୍କ ଲାଗି ସାଇନ ଡାଏ ପଛର କାରଣ ଖୋଜିବେ । ନେପାଳ ଛାତ୍ରଛାତ୍ରୀଙ୍କୁ କଣ ପାଇଁ କଟକ ଓ ଅନ୍ୟାନ୍ୟ ସ୍ଥାନରେ ଛଡା ଗଲା, ଏହା ବିଶ୍ୱବିଦ୍ୟାଳୟର ମାମଲା ହୋଇ ରହିଲା ନାହିଁ । ଘଟଣା ବିଶ୍ୱବିଦ୍ୟାଳୟ ବାହାରକୁ ଗଲା । ଏଥିରେ ଦେଶର ବନ୍ଧୁତା ରାଷ୍ଟ୍ରର କଥା ରହିଛି । କ୍ୟାମ୍ପସ ମାମଲା ବାହାରକୁ ଗଲା । ''
'ବିଦେଶୀ ଛାତ୍ରଛାତ୍ରୀଙ୍କ ବାବାଦରେ ପଦକ୍ଷେପ ନେବା ପୂର୍ବରୁ ସରକାରଙ୍କୁ ଅବଗତ କରାଯାଇନାହିଁ':
ମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି, ''ବିଦେଶୀ ଛାତ୍ରଛାତ୍ରୀଙ୍କ ବାବଦରେ ପଦକ୍ଷେପ ନେବା ପୂର୍ବରୁ ଘରୋଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ସରକାର, ଗୃହ ବିଭାଗ, ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରିନାହାନ୍ତି । ସରକାର ଅବଗତ ହୋଇଥିଲେ ସୁଚିନ୍ତିତ ମତାମତ ଦେଇଥାନ୍ତେ । ଅନ୍ୟପକ୍ଷରେ ରାଜ୍ୟ ପୋଲିସ ସମ୍ବେଦନଶୀଳ ଭାବେ କାର୍ଯ୍ୟ କରିଛି । ସୁରକ୍ଷାକର୍ମୀଙ୍କ ଅନେକ ଭିଡ଼ିଓ ସାମ୍ନାକୁ ଆସିଛି । ପୋଲିସ ଏହାକୁ ସଂଗ୍ରହ କରି ନିଜ ଆଡୁ ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରୁଛି । ଗତକାଲି ଓ ଆଜି କିଛିଙ୍କୁ ଗିରଫ କରାଯାଇଛି । ସେହିପରି ଭାରତ-ନେପାଳ ସମ୍ପର୍କ ତିକ୍ତତା ସୃଷ୍ଟି କରିବା ଭଳି କର୍ମଚାରୀଙ୍କ ଭିଡ଼ିଓ ସାମ୍ନାକୁ ଆସିଛି । ସେମାନଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି ।''
'ଅପରାହ୍ନ 4 ସୁଦ୍ଧା 100 ଛାତ୍ରଛାତ୍ରୀ ଫେରିଛନ୍ତି':
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ''ସ୍ୱାଭାବିକ ସ୍ଥିତି ଫେରାଇ ଆସିବା ଲାଗି ପଦକ୍ଷେପ ନିଆଯାଇଛି । ଅପରାହ୍ନ 4 ସୁଦ୍ଧା 100 ଛାତ୍ରଛାତ୍ରୀ ଫେରିଛନ୍ତି । ଆଉ 900 ଛାତ୍ରଛାତ୍ରୀ ରାଜ୍ୟ ଓ ତଥା ଦେଶର ବିଭିନ୍ନ ସ୍ଥାନରେ ଅଛନ୍ତି । ସେମାନଙ୍କୁ ଫେରାଇ ଆଣିବା ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେବା ସହ କାଉନସେଲିଂ କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଦୁଇ ଘଣ୍ଟାରେ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ଫେରିବା ପରେ ସେମାନଙ୍କ ସହ ଯେପରି ନକରାତ୍ମକ ବ୍ୟବହାର ନହେବ ତାହା ଉପରେ ସରକାର ନଜର ଦେବେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ମୁଁ ଆଲୋଚନା କରିଛି । ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଛି । ଏହା ଉପରେ ସରକାରଙ୍କ ନଜର ମଧ୍ୟ ରହିଛି । ମୃତ ଛାତ୍ରୀଙ୍କ ପରିବାର ଲୋକ ଆସିଛନ୍ତି । ଭୁବନେଶ୍ୱର ଏମ୍ସରେ ସେମାନେ ଥିଲେ । ଆମେ ଭୁବନେଶ୍ବର ଉପ ଜିଲ୍ଲାପାଳଙ୍କୁ ସେଠାରେ ନିୟୋଜିତ କରିଥିଲୁ । କିଟ କ୍ୟାମ୍ପସରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ରହିଛନ୍ତି । ''
OHRCରେ ମାମଲା:

ନେପାଳ ଛାତ୍ରଛାତ୍ରୀଙ୍କୁ ମାଡ ମାରି ହଷ୍ଟେଲରୁ ତଡି ଦେବା ଘଟଣା ଓ ମୃତ ଛାତ୍ରୀଙ୍କୁ ଉଚିତ କ୍ଷତି ପୂରଣ ଦେବା ନିମନ୍ତେ ଆଜି ବିଶିଷ୍ଠ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ରାଜ୍ୟ ମାନବାଧିକାର କମିଶନ (OHRC)ରେ ଅଭିଯୋଗ ଦାଖଲ କରିଛନ୍ତି । କମିଶନ ଏହି ଅଭିଯୋଗକୁ ବିଚାର ନିମନ୍ତେ ଗ୍ରହଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର