ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ଝାରସୁଗୁଡ଼ା ସହର - ଆଖଡା ପ୍ରଦର୍ଶନ
🎬 Watch Now: Feature Video
ଝାରସୁଗୁଡା: ପବିତ୍ର ରାମ ନବମୀରେ ସହର ପରିକ୍ରମା କଲେ ପ୍ରଭୁ ଶ୍ରୀ ରାମ ଲକ୍ଷ୍ମଣ ସୀତା ଏବଂ ମହାବୀର ବଜରଙ୍ଗବଳୀ । ଉତ୍ସବ ମୁଖର ହୋଇଉଠିଥିଲା ଝାରସୁଗୁଡ଼ା ସହର । ସେହିପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇଥିଲେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଧାୟକ ସ୍ବର୍ଗତ ନବ ଦାସଙ୍କ ଝିଅ ଦିପାଳୀ ଓ ପୁଅ ବିଶାଳ ଦାସ । ରାମନବମୀ ଅବସରରେ ଝାରସୁଗୁଡା ସହରରେ ବିଭିନ୍ନ ଆଖଡା ସମିତି ପକ୍ଷରୁ ସହରର ମୁଖ୍ୟ ରାସ୍ତାରେ ଗତକାଲି ସନ୍ଧ୍ୟାରେ ଆଖଡା ପ୍ରଦର୍ଶନ ମଧ୍ୟ ହୋଇଥିଲା । ରାଜ୍ୟ ବାହାରୁ ଆସିଥିବା ଅନେକ ଆଖଡା ଦଳ ସାମିଲ ରହି ଭବ୍ୟ ଶୋଭାଯାତ୍ରାରେ ବିଭିନ୍ନ କଳା ଓ କୌଶଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଦିପାଳୀ କହିଛନ୍ତି, ମୋ ବାପା ନବ ଦାସ ପ୍ରତିବର୍ଷ ଏହି ଆଖଡା ଶୋଭାଯାତ୍ରାରେ ସାମିଲ ରହୁଥିଲେ ସେହିପରି ମୁଁ ଓ ମୋ ଭାଇ ମଧ୍ୟ ଏଥର ସାମିଲ ରହିବା ନେଇ ସେ କହିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡା