ଆସୁଛି ଶ୍ରାବଣ, ପୁରୀ ଲାଇଟ ହାଉସ ବେଳାଭୂମିରୁ ଉଦ୍ଧାର ହେଲା ଶିବ ଲିଙ୍ଗ

By

Published : Jul 3, 2023, 9:39 PM IST

thumbnail

ପୁରୀ: ପୁଣି ପୁରୀ ବେଳାଭୂମିରୁ ଉଦ୍ଧାର ହୋଇଛି ଏକ ଶିବ ଲିଙ୍ଗ। ଲାଇଟହାଉସ ନିକଟରେ ଏହି ଶିବ ଲିଙ୍ଗ ଦେଖିବାକୁ ମିଳିଛି । ପୁରୀ ବାସେଳୀ ସାହିର ରାକେଶ ସାହୁ, କାହ୍ନା ମହାନ୍ତି ଏବଂ ତାଙ୍କ ସାଙ୍ଗମାନେ ସମୁଦ୍ର ବେଳାଭୂମିରେ ବସିଥିଲେ । ହଠାତ ଏକ କଳା ରଙ୍ଗ କିଛି ଦେଖାଯିବାରୁ କୌତୁହଳବଶତଃ ବାଲି ଖୋଳିବା ବେଳେ ଏହି ଲିଙ୍ଗ ପାଇଥିଲେ । ସମ୍ଭବତଃ କେଉଁ ଆଡୁ ସମୁଦ୍ରରେ ଭାସି ଆସିଥିବା ଅନୁମାନ କରାଯାଇଛି। ଗତକାଲି କିଛି ଯୁବକ ନିଳାଦ୍ରୀ ବିଜେ ଦର୍ଶନ ସାରି ବେଳାଭୂମିର ଏହି ସ୍ଥାନରେ ବସିଥିଲେ। ପୂର୍ବରୁ ଲିଙ୍ଗ ସମୁଦ୍ର ବାଲିରେ ପୋତି ହୋଇ ରହିଥିଲା ।  ଢେଉ କୂଳରେ ବାଡେଇ ହେବା ସମୟରେ ଲିଙ୍ଗ ଦେଖାଯାଇଥିଲା ।  ଯୁବକମାନେ ମିଶି ଏହାକୁ ବାଲିରୁ ଉଦ୍ଧାର କରିଛନ୍ତି । ଗତ କିଛି ମାସ ତଳେ ମଧ୍ୟ ଏକ ଶିବ ଲିଙ୍ଗ ସମୁଦ୍ର କୂଳରୁ ଉଦ୍ଧାର କରାଯାଇଥିଲା । ତେବେ ଆଗକୁ ଶ୍ରବଣ ମାସ ଥିବା ବେଳେ ପ୍ରଭୁ ଶିବଙ୍କ ଆବିର୍ଭାବକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଏହା ବି ପଢନ୍ତୁ- ଫଟୋରେ ଖବର: ପୁରୀ ସମୁଦ୍ରରୁ ମିଳିଲା ଭୟଙ୍କର ଆକୃତିର ମୂର୍ତ୍ତି

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.