thumbnail

By ETV Bharat Odisha Team

Published : Oct 19, 2023, 9:26 PM IST

ETV Bharat / Videos

ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ଗଗନ ପବନ

ଜଗତସିଂହପୁର: ମା’ ଶାରଳାଙ୍କ ମନ୍ଦିରରେ ଆଜି ଷଷ୍ଠୀ ପୂଜା ଅନୁଷ୍ଠିତ ହୋଉଛି । ଶାରଳା ମନ୍ଦିରରେ ପହଡ଼ ଖୋଲା ହେବାପରେ ମଙ୍ଗଳ ଆଳତୀ, ମଇଲମ, ମନ୍ଦିର ଶୋଧ ପରେ ମଧୁସ୍ନାନ କରାଯାଇଥିଲା । ମାଆଙ୍କୁ ପାଟବସ୍ତ୍ର ଲାଗି ପରେ ବେଶ କରାଯାଇ ଗୋପାଳ ବଲଭ ଭୋଗ ଲାଗି କରାଯାଇଥିଲା । ଅପର ପକ୍ଷରେ ମନ୍ଦିର ପୂଜାପଣ୍ଡାଙ୍କ ଦ୍ଵାରା ମା‘ଙ୍କୁ ଷୋଡ଼ଶ ଉପଚାର ପୂଜା କରାଯାଇଥିଲା ।  ଦିନ ୨ଟା ବେଳେ ମା‘ଙ୍କର ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ମଙ୍ଗଳ ଆଳତୀ ପରେ ମା’ ସୁନାବେଶରେ ଦର୍ଶନ ଦେଇଥିଲେ । ଆସନ୍ତା ଶୁକ୍ରବାର ମା’ ଶାରଳାଙ୍କ ପୀଠରେ ମହାସପ୍ତମୀ ପୂଜା କରାଯିବ। ଏହାକୁ ଦର୍ଶନ କରିବା ପାଇଁ ପ୍ରବଳ ଜନ ସମାଗମ ହୋଇଛି । ବିଶ୍ୱାସ ରହିଛି ଯେ ନବରାତ୍ର ସମୟରେ ମା’ଙ୍କୁ ଦର୍ଶନ କଲେ ଅନେକ ଜନ୍ମର ପାପ କ୍ଷୟ ହୋଇଥାଏ । ଏହି ବିଶ୍ୱାସକୁ ନେଇ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ପ୍ରତ୍ୟେକ ଦିନ ୧୦୮ଥର ଚଣ୍ଡୀପାଠ କରାଯାଉଛି । ପୂର୍ବରୁ ଆରମ୍ଭ ହୋଇଥିବା ନବରାତ୍ର ପୂଜାରେ ପ୍ରଥମ ଦିନ ଶୈଳ ପୁତ୍ରୀ, ଦ୍ୱିତୀୟ ଦିନ ବ୍ରହ୍ମଚାରିଣୀ, ତୃତୀୟ ଦିନ ଚନ୍ଦ୍ରଘଣ୍ଟା,ଚତୁର୍ଥ ଦିନ କୁଷ୍ମାଣ୍ଡ, ପଞ୍ଚମ ଦିନ ସ୍କନ୍ଧ ମାତା, ଷଷ୍ଠ ଦିନ କାତ୍ୟୟନୀ, ସପ୍ତମ ଦିନ କାଳରାତ୍ର, ଅଷ୍ଟମ ଦିନ ମହାଗୌରୀ ଓ ନବମ ଦିନ ମା‘ ଙ୍କୁ ସିଦ୍ଧିଦାତ୍ରୀ ରୂପରେ ଆରାଧନା କରାଯିବ ।  

ଏହା ମଧ୍ୟ ପଢନ୍ତୁ...Durga Puja Special: ବୁଢୀ ଠାକୁରାଣୀଙ୍କ ପୂଜା ଆରମ୍ଭ କରିଥିଲେ ଡେରା ସମ୍ପ୍ରଦାୟ, ସ୍ବପ୍ନାଦେଶ ପାଇ ଗଢି ଉଠିଥିଲା ସିଦ୍ଧଭୈରବୀ ପୀଠ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.