ତାମିଲନାଡୁରେ ବର୍ଷା ବିତ୍ପାତ: ଏକାଧିକ ଅଞ୍ଚଳ ଜଳବନ୍ଦୀ, ଦେଖନ୍ତୁ ଭିଡିଓ - ତାମିଲନାଡୁ ବର୍ଷା

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 19, 2023, 6:32 PM IST

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ଷେତ୍ର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟର ବହୁସ୍ଥାନରେ ଲଗାଣ ବର୍ଷା ପରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ରାଜ୍ୟର ଥୁଥୁକୁଡିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଆପାର୍ଟମେଣ୍ଟର ଗ୍ରାଉଣ୍ଡ ଫ୍ଲୋର ମଧ୍ୟ ବର୍ଷା ପାଣିରେ ବୁଡି ରହିଛି । ରାସ୍ତାଘାଟ ବୁଡି ରହିଥିବାରୁ ଯୋଗାଯୋଗ, ଯାତାୟତ ବାଧାପ୍ରାପ୍ତ ହୋଇଛି । ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି । ଲୋକେ ଘରୁ ବାହାରି ପାରୁନାହାନ୍ତି । ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି । ରାଜ୍ୟ ପାଣିପାଗ ବିଭାଗ ଆଲର୍ଟ ମୋଡରେ ରହିଛି । ଲୋକଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଜାରି କରାଯାଇଛି । କ୍ଷୟକ୍ଷତିର ଆକଳନ ସ୍ପଷ୍ଟ ହୋଇନି । ରାଜ୍ୟ ସରକାର ମୁକାବିଲା ପାଇଁ ତମାମ ପଦକ୍ଷେପ ଗ୍ରହଣ କରିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ : ଜଳମୟ ତାମିଲନାଡୁ, ଡ୍ରୋନ୍ କ୍ୟାମେରାରେ ବନ୍ୟାର ଭୟଙ୍କର ଦୃଶ୍ୟ

ଏହା ମଧ୍ୟ ପଢ଼ନ୍ତୁ : ବର୍ଷାର ପ୍ରଭାବ: ହଠାତ୍ ବଢ଼ିଲା ମଣିମୁଥାର ଜଳ ପ୍ରପାତ ଜଳସ୍ତର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.