Himachal Pradesh: ଭୂସ୍ଖଳନରେ ମାଟିରେ ମିଶିଗଲା ଏକାଧିକ ଘର, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

By

Published : Aug 15, 2023, 10:13 PM IST

thumbnail

ଶିମଲା: ହିମାଚଳ ପ୍ରଦେଶର ଶିମଲାର କ୍ରିଷ୍ଣାନଗର ଅଞ୍ଚଳରେ ପ୍ରବଳ ଭୂସ୍ଖଳନ ହୋଇଛି । ଏକାଧିକ ଘର ଭୁଶୁଡିପଡିଛି । ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଚାଲିଛି ।ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି । ମୃତ୍ୟସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଭୂସ୍ଖଳନ ସମୟର ଭିଡିଓ କ୍ଯାମେରାରେ କଏଦ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-Himachal Rains: 24 ଘଣ୍ଟାରେ ବିଭିନ୍ନ ସ୍ଥାନରେ ଗଲାଣି 55 ଜୀବନ

କିଛି ଦିନ ପୂର୍ବରୁ ପ୍ରାକ ମୌସୁମୀ ବର୍ଷାରେ ଜଳ ପ୍ରଳୟ ଦେଖିଥିବା ହିମାଚଳ ପ୍ରଦେଶ ଏବେ ପୁଣି ଥରେ ପ୍ରବଳ ବର୍ଷାରେ ବେହାଲ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ପ୍ରାୟ 60 ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଘର, ରାସ୍ତାଘାଟ ଭାଙ୍ଗିଯାଇଛି । ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଏବେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । କିଛି ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.