ଆରପାରିରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲ - ବରିଷ୍ଠ କଂଗ୍ରେସ ନେତା
🎬 Watch Now: Feature Video

କଟକ: ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ । ଆଜି ଅପରାହ୍ନରେ କଟକ ତଳତେଲେଙ୍ଗା ବଜ଼ାର ସ୍ଥିତ ନିଜସ୍ବ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 70ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ଲିଭର ଜନିତ ରୋଗରେ ପୀଡିତ ଥିଲେ ।
ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକତ୍ସା ହୋଇ ଘରକୁ ଫେରିଥିଲେ। ତେବେ ସେ କଂଗ୍ରେସ ଦଳରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ ଏହା ସହ ସାହିର ମୂରବୀ ଭାବେ ମଧ୍ୟ ଲୋକପ୍ରିୟ ଥିଲେ। ସ୍ବର୍ଗତ ଅଶୋକଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସ ଭବନରେ ଅନେକ ବରିଷ୍ଠ ରାଜନେତା ଓ ସାହି ମୂରବୀ ମନଙ୍କର ଭିଡ ଜମିଥିଲା। ତାଙ୍କୁ ମନେ ପକାଇ ସାରା କଟକ ସହରରେ ଶୋକର ଛାଇ ଖେଳିଯାଇଛି।
ଏହା ମଧ୍ୟ ପଢନ୍ତୁ- ଚିରଞ୍ଜୀବିଙ୍କ ମନ୍ତବ୍ୟକୁ ନେଇ ଝଡ, କର୍ମୀଙ୍କୁ ଦୁର୍ବଳ କରିଛି ତାଙ୍କ ମନ୍ତବ୍ୟ କହିଲା କଂଗ୍ରେସ
ଇଟିଭି ଭାରତ, କଟକ