କଳାହାଣ୍ଡିରେ ତୀର୍ଥଯାତ୍ରାରେ ବାହାରିଲେ ବରିଷ୍ଠ ନାଗରିକ, ବାହାରିଲା ୬ଟି ବସ

By ETV Bharat Odisha Team

Published : Dec 19, 2023, 7:53 AM IST

thumbnail

ଭବାନୀପାଟଣା: ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା । ଏନେଇ କଳାହାଣ୍ଡିରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରାର ଶୁଭାରମ୍ଭ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ତେବେ ଏହି ଯାତ୍ରାରେ ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରୁ ଗତକାଲି ପ୍ରାୟ ୨୪୦ ଜଣ ବରିଷ୍ଠ ନାଗରିକ ଯାତ୍ରା ଆରମ୍ଭ କରିଛନ୍ତି। ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ବ୍ଲକରୁ ବରିଷ୍ଠ ନାଗରିକମାନଙ୍କୁ ଆଣି ପ୍ରଥମେ ଭବାନୀପାଟଣାଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ତା ଯାଞ୍ଚ କରାଯାଇଥିଲା  । ଏଥି ସହ ସମସ୍ତଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ପରେ ଏନେଇ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ୨୪୦ ଜଣ ତୀର୍ଥଯାତ୍ରୀଙ୍କ ପାଇଁ ୭ ଜଣ ଏସ୍କଟ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି । ୬ ଗୋଟି ବସ ମାଧ୍ୟମରେ ସମସ୍ତ ତୀର୍ଥ ଯାତ୍ରୀମାନଙ୍କୁ ନେଇ ରାୟଗଡ଼ ବାହାରିଛି ବସ। ରାୟଗଡା ରେଳ ଷ୍ଟେସନ ଠାରେ ଏକ ସ୍ଵତନ୍ତ୍ର ଟ୍ରେନରେ ଅନ୍ୟ ୫ ଟି ଜିଲ୍ଲାର ତୀର୍ଥଯାତ୍ରୀଙ୍କ ସହ ନାସିକ ଓ ଶିରିଡ଼ିକୁ ଯାତ୍ରା କରିବେ । ଡିସେମ୍ବର ୨୪ ତାରିଖରେ ଜିଲ୍ଲାକୁ ଫେରିବେ । ପୂର୍ବରୁ ଏହି ଯୋଜନାରେ ଜିଲ୍ଲାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମଥୁରା, ବୃନ୍ଦାବନ, ଭେଲୋର୍, ତିରୁପତି, ଶ୍ରୀକଳାହସ୍ତୀ ଦର୍ଶନୀୟ ଧାର୍ମିକ ସ୍ଥଳ ଭ୍ରମଣର ସୁଯୋଗ ନେଇଛନ୍ତି ଜିଲ୍ଲାକୁ ଫେରିଥିଲେ । 

ଏହା ମଧ୍ୟ ପଢନ୍ତୁ - ତୀର୍ଥରେ ଗଲେ ବରିଷ୍ଠ ନାଗରିକ, କେନ୍ଦ୍ରାପଡ଼ାରୁ ଯୋଡ଼ି ହେଲେ ୧୧୩ ଜଣ

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.