SCBରେ ଆହତଙ୍କୁ ଭେଟିଲେ ବିଜୟ ମହାପାତ୍ର, ଛାତିଥରା ଦୃଶ୍ୟ ବଖାଣିଲେ ଚିକିତ୍ସିତ ଯାତ୍ରୀ - ବାଲେଶ୍ବର ବାହାନଗା ମର୍ମନ୍ତୁଦ ଦୁର୍ଘଟଣା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18664999-thumbnail-16x9-jj.jpg)
କଟକ: ବାଲେଶ୍ବର ବାହାନଗା ମର୍ମନ୍ତୁଦ ଦୁର୍ଘଟଣା । କଟକ ଏସିବି ମେଡିକାଲକୁ ଯାଇ ଆହତଙ୍କ ସ୍ଥିତି ସମୀକ୍ଷା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏପରି ଭୟଙ୍କର ଦୁର୍ଘଟଣା କେବେ ଓଡିଶାରେ ଘଟି ନଥିଲା। ବାଲେଶ୍ବରବାସୀ, ଏନଡିଆରଏଫ ଏବଂ ଓଡିଆରଏଫ୍କୁ ଧନ୍ୟବାଦ ଦେବି ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ପ୍ରାଣପଣେ କାର୍ଯ୍ୟ ଚଳାଇଛନ୍ତି ବୋଲି କହିଛନ୍ତି ବିଜୟ ।
ସମସ୍ତ ମୃତକଙ୍କ ପିରବାରକୁ ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେପଟେ ଏସିବି ମେଡିକାଲରେ ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡାକ୍ତରୀ ଟିମ୍ ମଧ୍ୟ ରୋଗୀଙ୍କ ଜୀବନ ରକ୍ଷା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଏସିବି ଡାକ୍ତର କହିଛନ୍ତି କାଲିରାତିରୁ (ଶୁକ୍ରବାର) ଏପର୍ଯ୍ୟନ୍ତ ଶକାଧିକ ଆହତ ଆଡମିଟ ହୋଇଛନ୍ତି । ରୋଗୀଙ୍କ ପାଇଁ ସାଧାରଣ ଲେକେ ରକ୍ତଦାନ କରିବାରେ ଲାଗିଛନ୍ତି। ରୋଗୀଙ୍କ ଆରୋଗ୍ୟ କରିବା ପାଇଁ ଆମ ପ୍ରୟାସ ଜାରି ରହିଛି।
ଅନ୍ୟପଟେ ଆହତ ରୋଗି କହିଛନ୍ତି ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା । କିପରି କେମିତି ହେଲା ତାହା କହିବା କଷ୍ଟ । ତେବେ ବାଲେଶ୍ବର ବାହାନଗା ହୃଦୟବିଦାରକ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 261 ଛୁଇଁଥିବା ବେଳେ 900ରୁ ଉର୍ଦ୍ଧ୍ବ ଆହାତ ହୋଇଥିବା ସୂଚନା ରହିଛି।
ଇଟିଭି ଭାରତ, କଟକ