thumbnail

ତୁଟୁନି ସାରଥୀ ମୋହ, ଜନ୍ମାଷ୍ଟମୀରେ ଅନୁଗାମୀଙ୍କ ସତସଙ୍ଗ

By ETV Bharat Odisha Team

Published : Sep 8, 2023, 8:25 AM IST

କେନ୍ଦ୍ରାପଡା: ବହୁ ବାଦବିବାଦ ପରେ ମଧ୍ୟ ତୁଟୁନି ସାରଥୀଙ୍କ ମୋହ । ପୁଣି ସାରଥୀ ବାବାଙ୍କ ପୂଜାର୍ଚ୍ଚନା କରୁଛନ୍ତି ଅନୁଗାମୀ । ସତସଙ୍ଗ କରିବା ସହ ଚାଲିଛି ପୂଜା । ଜନ୍ମାଷ୍ଟମୀ ଅବସରରେ କେନ୍ଦ୍ରାପଡାରେ ସାରଥି ଭକ୍ତ ମାନଙ୍କ ପକ୍ଷରୁ ସତସଙ୍ଗ କାର୍ଯ୍ୟକ୍ରମ କରାଯାଇଛି । ଚାନ୍ଦୋଳ ଡେରାବିଶ ବ୍ଲକ ଅନ୍ତର୍ଗତ ବନ୍ଧପଡା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଜନ୍ମାଷ୍ଟମୀ ପୂଜାକୁ ବଡ ଧୁମଧାମରେ ପାଳନ କରିଛନ୍ତି ସାରଥି ଭକ୍ତ । ଏହି ଅବସରରେ ପୂଜାଚ୍ଚନା, ଭଜନ କରାଯାଇଛି । ଏଥିରେ ଆଖପାଖ ଅଞ୍ଚଳର ସାରଥୀ ଭକ୍ତ ମାନେ ଯୋଗ ଦେଇଥିଲେ । କେନ୍ଦ୍ରାପଡା ବାରିମୂଳ ସ୍ଥିତ ସାରଥି ଆଶ୍ରମରେ ପ୍ରତି ବର୍ଷ ବଡ଼ ଧୁମଧାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ କରାଯାଏ । କିନ୍ତୁ ଆତ୍ମ ଘୋଷିତ ବାବା ସାରଥି ବିବାଦରେ ଛନ୍ଦି ହୋଇ ଜେଲ୍ ଯିବା ପରଠାରୁ ସାରଥି ଭକ୍ତମାନେ ଏପରି ଲୁଚି ଛପି ସତସଙ୍ଗ କରୁଥିବା ଘଟଣା ସାମନାକୁ ଆସିଛି ।

ଏହା ବି ପଢନ୍ତୁ...ତୁଟୁନି ବହୁଚର୍ଚ୍ଚିତ ସାରଥୀ ବାବାଙ୍କ ମୋହ, ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ

ଇଟିିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.