ମଧ୍ୟପ୍ରଦେଶରେ ତାଲିବାନୀ ବର୍ବରତା: ନିର୍ବାଚନରେ ପରାଜୟୀ ପ୍ରାର୍ଥୀଙ୍କୁ ନିସ୍ତୁକ ମାଡ - ମଧ୍ୟପ୍ରଦେଶ ଭିଡିଓ
🎬 Watch Now: Feature Video

ଭୋପାଳ: ମଧ୍ୟପ୍ରଦେଶରେ ତାଲିବାନୀ ବର୍ବରତା । ପଞ୍ଚାୟତ ନିର୍ବାଚନ ହାରିବାରୁ ବିଜୟୀ ପ୍ରାର୍ଥୀଙ୍କୁ ନିସ୍ତୁକ ମାଡ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତେବେ ଘଟଣାଟି ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଅନ୍ତର୍ଗତ ହସନ ଅଞ୍ଚଳର ବୋଲି ଜଣାପଡିଛି । ଯାହା ସୂଚନା ମିଳିଛି, ନିକଟରେ ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ନିର୍ବାଚନରେ ପରାଜିତ ପ୍ରାର୍ଥୀ ପ୍ରତିଶୋଧ ପରାୟଣ ହୋଇ ପଞ୍ଚାୟତ ଅଫିସରେ ଭଙ୍ଗାରୁଜା କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ସେମାନେ ବିଜୟୀ ସରପଞ୍ଚଙ୍କ ସମେତ ତିନି ଜଣଙ୍କୁ ଠେଙ୍ଗା ଓ ଲାଠିରେ ଅତି ନିର୍ମମ ଭାବେ ପିଟିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Last Updated : Feb 3, 2023, 8:25 PM IST