ବଡଦିନ ପାଇଁ ପୋଲିସର ଫ୍ଳାଗ ମାର୍ଚ, ଶାନ୍ତି ସୌହାର୍ଦ୍ୟ ବଜାଇ ରଖିବାକୁ ଅପିଲ - ଶାନ୍ତି ଶୃଙ୍ଖଳାର ସହ ପାଳନ
🎬 Watch Now: Feature Video
Published : Dec 23, 2023, 10:37 PM IST
Security Forces Deployed in Kandhamal for Christmas event: ଫୁଲବାଣୀ : ଆଉ ଦିନକ ପରେ ଆସିବାକୁ ଯାଉଛି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ବଡଦିନ । ଏହାକୁ ନେଇ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଲାଣି । ତେବେ କନ୍ଧମାଳ ଜିଲ୍ଲାର ଘୁ ଉଦୟଗିରିରେ ଏହାକୁ ନେଇ ବେଶ ଚଳ ଚଞ୍ଚଳ ଥିବା ବେଳେ ରଙ୍ଗୀନ ସାଜସଜ୍ଜା ରେ ଚର୍ଚ୍ଚ, ଉପାସନା ଗୃହ ଗୁଡିକ ସୁସଜ୍ଜିତ ହେଲାଣି ଗହଳ ଚହଳ ସାଙ୍ଗକୁ ନାଚଗୀତ, ପ୍ରାର୍ଥନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାନ ଆରମ୍ଭ ହୋଇ ଗଲାଣି । ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ବଡଦିନ ପାଇଁ ଘୁ ଉଦୟଗିରି ରେ ପୋଲିସର ଫ୍ଳାଗ ମାର୍ଚ ହୋଇଛି ।
ଏହା ମଧ୍ୟ ପଢନ୍ତୁ ... ଦିନକ ପରେ ଖ୍ରୀଷ୍ଟମାସ, ଜି.ଉଦୟଗିରିରେ ଖ୍ରୀଷ୍ଟ ଧର୍ମାବଲମ୍ବୀ କ୍ୟାଣ୍ଡେଲ ଶୋଭାଯାତ୍ରା
ନୂତନ ହାଟ ଠାରୁ ପୋଲିସ ଫ୍ଲାଗ ମାର୍ଚ୍ଚରେ ବାହାରି ବନ୍ଧ ଛକ ଗାନ୍ଧୀ ଛକ ସମେତ କଳିଙ୍ଗା ଛକ ପର୍ଯ୍ୟନ୍ତ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ସହରର ପ୍ରବେଶ ପଥ ଗୁଡିକରେ ନାକାବନ୍ଦୀ କରାଯାଇ ଗାଡି ମଟର ଜାଞ୍ଚ କରିବା ସହିତ ସୁରକ୍ଷା ବ୍ୟବସ୍ଥା ବଢାଇଥିବା ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି । ପବିତ୍ର ବଡ଼ ଦିନ ଶାନ୍ତି ମୈତ୍ରୀର ପର୍ବ ଏହାକୁ ସମସ୍ତେ ଭାଇଚାରା ରେ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ଇଟିଭି ଭାରତ, କନ୍ଧମାଳ