Vande Bharat trial run: ବନ୍ଦେ ଭାରତ ଟ୍ରେନର ଦ୍ବିତୀୟ ଟ୍ରାଏଲ ରନ, ଅନୁଗୋଳରେ ଲୋକଙ୍କ ମଧ୍ୟରେ ଉତ୍ସାହ

By ETV Bharat Odisha Team

Published : Sep 20, 2023, 9:35 PM IST

thumbnail

ଅନୁଗୋଳ: ପୂର୍ବରୁ ପଶ୍ଚିମକୁ ଯୋଡିବ ବନ୍ଦେ ଭାରତ ଏକ୍ସପ୍ରେସ୍‌ ।  ଆଜି ଦ୍ଵିତୀୟ ଥର ପାଇଁ ଅନୁଗୋଳ ଜିଲ୍ଲାରେ ଗଡ଼ିଛି ବନ୍ଦେ ଭାରତ ଟ୍ରେନ । ଗତ 11 ତାରିଖରେ ପ୍ରଥମ ଥର ପାଇଁ ଏହି ଟ୍ରେନ ତାଳଚେର ରୋଡ଼ ରେଳ ଷ୍ଟେସନ ପର୍ଯ୍ୟନ୍ତ ଟ୍ରାଏଲ ରନରେ କରିଥିବାବେଳେ ଆଜି ଅନୁଗୋଳ ଷ୍ଟେସନ ଦେଇ ରାଉଲକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହି ଟ୍ରେନଟି ପୁରୀରୁ ଯାତ୍ରା ଆରମ୍ଭ କରି ଶେଷରେ ରାଉରକେଲା ପହଞ୍ଚିବ । ଯାହାକୁ ଦେଖିବାକୁ ଅନୁଗୋଳ ଷ୍ଟେସନରେ ବହୁ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । 

ଦ୍ବିତୀୟ ଥର ପାଇଁ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍‌ ଆରମ୍ଭ ହୋଇଛି । ପୁରୀ ରେଳ ଷ୍ଟେସନରୁ ନିର୍ଦ୍ଧାରିତ ସମୟରେ ବାହାରିଥିବା ବେଳେ ସକାଳ ୮ଟା ୧୪ ମିନିଟ ସମୟରେ ଏହା ଅନୁଗୋଳ ଷ୍ଟେସନରେ ପହଁଞ୍ଚିଥିଲା । ପୁରୀରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ରେଳ ଷ୍ଟେସନରେ ମାତ୍ର ୨ ମିନିଟ ରହଣି ପରେ କଟକ, ଢେଙ୍କାନାଳ ଏବଂ ତାଳଚେର ରୋଡ଼ ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପହଞ୍ଚିଥିଲା । ପୂର୍ବରୁ ଗୋଟିଏ ଥର ଟ୍ରାଏଲ ରନ୍‌ ସାରିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଅନୁଗୋଳ ଷ୍ଟେସନରେ ପହଞ୍ଚିଥିଲା । ଏହା ପରେ ସମ୍ବଲପୁର ,ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ସାଧାରଣ ଟ୍ରେନ୍‌ ତୁଳନାରେ ଏହା ବେଶ୍‌ ଆରାମ ଦାୟକ ଅଟେ । ଏହି ଟ୍ରେନର ସବୁ କୋଚରେ ଏସି୍ ରହିଛି । ଟ୍ରେନରେ ଜିପିଏସ ଓ ଫାୟାର୍ ସେନ୍ସର ଲଗାଯାଇଛି । ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ । ଖାଦ୍ୟପାନୀୟ ପାଇଁ ଡିପ ଫ୍ରିଜର ରଖାଯାଇଛି, ଏଥିସହ ଯାତ୍ରୀଙ୍କ ପାଖରେ ରହିଛି ମୋବାଇଲ୍ ଚାର୍ଜିଂ ପଏଣ୍ଟ । ଲଗେଜ ରଖିବା ପାଇଁ ମଡ୍ୟୁଲାର ରାକ୍ ମଧ୍ୟ କରାଯାଇଛି । ସେପ୍ଟେମ୍ବର ୩୦ ତାରିଖରେ ଓଡିଶାରେ ଦ୍ବିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ । ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ରାଉରକେଲା ଯିବା ଦ୍ୱାରା ଏହି ଟ୍ରେନ ଯୋଗୁଁ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ।ଆଜି ନୂଆଖାଇ ଥୁବାରୁ ତାକୁ ନଜରେ ରଖି ଏହୂ ଟ୍ରେନ ର ଦ୍ଵିତୀୟ ଥର ଟ୍ରେଏଲ ରନ କରାଯାଇଛି।

ଇଟିଭି ଭାରତ,ଅନୁଗୋଳ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.