thumbnail

SCB ଠିକା କର୍ମଚାରୀଙ୍କୁ ଦୁଷ୍କର୍ମ ! ଅଭିଯୁକ୍ତ ଫେରାର

By

Published : May 17, 2023, 6:51 PM IST

କଟକ: ଏସସିବି ପରିସରରୁ ଆସିଛି ଏକ ଦୁଷ୍କର୍ମ ଅଭିଯୋଗ । ମେଡିକାଲରେ ନିୟୋଜିତ ପରିତୋଷ ନାମକ ଆଉଟ୍ ସୋର୍ସିଂ ସଂସ୍ଥାର ସୁପରଭାଇଜରଙ୍କ ଦ୍ବାରା ଜଣେ ମହିଳା ଦୁଷ୍କର୍ମର ଶୀକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପିଡୀତା କହିଛନ୍ତି ଜଣେ ମହିଳା କର୍ମଚାରୀଙ୍କ ଜରିଆରେ ସୁପରଭାଇଜର ତାଙ୍କୁ ଏସ.ଆର ହଷ୍ଟେଲକୁ ରୁମ ସଫା କରିବାକୁ ପଠାଇଥିଲା । 

ସେ ସଫେଇ କରୁଥିବା ବେଳେ ଏକୁଟିଆ ଥିବା ସୁଯୋଗ ନେଇ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଘଟଣାଟି ଗତ ୭ ତାରିଖରେ ଘଟିଥିବା ବେଳେ ଗତକାଲି (ମଙ୍ଗଳବାର) ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ପୀଡ଼ିତା ଓ ତାଙ୍କର ମା । ଅଭିଯୋଗ ପାଇବା ପରେ ମଙ୍ଗଳାବାଗ ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ଛାନଭିନ କରିଥିଲା । ପ୍ରାଥମିକ ଅବସ୍ଥାରେ ତଦନ୍ତରୁ ଘଟଣାର କିଛିଟା ସତ୍ୟତା ଥିବା ନେଇ ପୋଲିସ ଜାଣିବାକୁ ପାଇଛି । ତେବେ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ସୁପରଭାଇଜର ଫେରାର ଫେରାରଥିବା ସୂଚନା ରହିଛି । 

ଇଟିଭି ଭାରତ, କଟକ
 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.