Watch Video: ସଂସଦ ଭବନରେ ସର୍ବଧର୍ମ ପ୍ରାର୍ଥନା
🎬 Watch Now: Feature Video
ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନୀ ସମାରୋହରେ ଆରମ୍ଭ ହୋଇଯାଇଛି ସର୍ବଧର୍ମ ପ୍ରାର୍ଥନା ସଭା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା ଓ ନିମନ୍ତ୍ରିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ପ୍ରାର୍ଥନା ସଭାରେ ସାମିଲ ହୋଇଛନ୍ତି । ସକାଳ 7ଟା 30ରେ ନୂଆ ସଂସଦ ଭବନ ପରିସରରେ ହୋମ ଯଜ୍ଞ ଓ ବେଦମନ୍ତ୍ର ଉଚ୍ଚାରଣ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ଯଜ୍ଞ ସାମିଲ ହେବା ପରେ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ସ୍ଥାପନ କରିଥିଲେ । ରାଜଦଣ୍ଡକୁ ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପନ କରିବା ପରେ ସଂସଦ ଭବନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରିଥିଲେ । ପରେ ପରେ ଅନୁଷ୍ଠିତ ହୋଇଥିବା ପ୍ରାର୍ଥନା ସଭା । ନୂତନ ସଂସଦ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କୁ ମଧ୍ୟ ସମ୍ମାନିକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଚାନ୍ଦିପୁରର ପୁରଞ୍ଜନ ଦଲାଇଙ୍କୁ ଉତ୍ତମ ସେବା ପାଇଁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ।