Sand Park: ପୁରୀରେ ଉଦଘାଟନ ହେଲା ବାଲୁକା ଶିଳ୍ପୀ ମାନସଙ୍କ ବାଲୁକା ପାର୍କ - ୟୁରୋପିୟାନ ଢାଞ୍ଚାର ବାଲୁକା କଳା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/22-12-2023/640-480-20333796-thumbnail-16x9-gs.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 22, 2023, 8:09 PM IST
ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା ପାର୍କଟି ପୁନଃ ଉଦଘାଟନ କରାଯାଇଛି ।ସବୁ ବର୍ଷ ଭଳି ଏବର୍ଷ ନୂଆଁ ବର୍ଷରେ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ୟୁରୋ୍ପିୟାନ ଢାଞ୍ଚାର ବାଲୁକା କଳାମାନ ପ୍ରସ୍ତୁତ କରାଯାଇଛି । ଭାରତର ଏହା ଏକମାତ୍ର ବାଲୁକା କଳା ପାର୍କ ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା କଳା ମାନ ଦେଖିପାରିବେ । ଏଥିରେ ଜଳ ସୁରକ୍ଷା , ଟାଇମ ମେସିନ ଥିମକୁ ନେଇ ବାଲୁକା କଳାମାନ କରାଯାଇଛି ।
ପ୍ରଥମ ବାଲୁକା କଳାରେ ସୁଦୂର ସହରରୁ ଛୋଟ ପିଲା ଦୁଇଟି ଟାଇମ ମେସିନ ଦ୍ୱାରା 2074 ରୁ ପୁରୀ ବୁଲି ଆସିଛନ୍ତି ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ପ୍ରକଳ୍ପକୁ ଦେଖିବାପାଇଁ । 50 ବର୍ଷ ପରେ ପୁରୀର ଦୃଶ୍ୟ କେତେ ମନୋହର ହୋଇ ପାରିଛି ତାହା ଦେଖି ଅତ୍ୟନ୍ତ ଖୁସି ହୋଇଛନ୍ତି ।ଦ୍ୱିତୀୟ ବାଲୁକା କଳାରେ ସେ ପରିବେଶ ସୁରକ୍ଷା ଭିର୍ତ୍ତିକ ବାଲୁକା କଳା ନିର୍ମାଣ କରି ଜଳ ସୁରକ୍ଷାର ବାର୍ତ୍ତା ଦେଇ ଏକ ସୁନ୍ଦର ଜଳ ରାଣୀଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଜଳ ବିନା ବଞ୍ଚିବା ଅତ୍ୟନ୍ତ କଠିନ ଜଳ ହିଁ ଜୀବନ । ଜଳକୁ ନଷ୍ଟ ନ କରି ଜଳକୁ ବଞ୍ଚାନ୍ତୁ ଏବଂ ଭବିଷ୍ୟତକୁ ସୁଦୃଢ କରନ୍ତୁର ବାର୍ତ୍ତା ଦେଇଛନ୍ତି । ଏହାକୁ ପୁରୀ ମ୍ୟୁନସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଉନ୍ମୋଚନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ସମାଜସେବୀ ଜୟନ୍ତୀ ମହାପାତ୍ର ଏବଂ କେଦାରନାଥ ମହାପାତ୍ର, ସୋମ୍ୟରଞ୍ଜନ ପାତ୍ର ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ....ଯୋରନ୍ଦା ପୀଠ ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: ଖର୍ଚ୍ଚ ହେବ ୧୧୨ କୋଟି
ଇଟିଭି ଭାରତ, ପୁରୀ