World TB Day: ବାଲୁକାକଳାରେ Yes ! we can end TB ବାର୍ତ୍ତା ଦେଲେ ସୁଦର୍ଶନ

🎬 Watch Now: Feature Video

thumbnail

By

Published : Mar 24, 2023, 11:19 AM IST

Updated : Mar 24, 2023, 11:30 AM IST

ପୁରୀ: ଆଜି ହେଉଛି ବିଶ୍ବ ଯକ୍ଷ୍ମା ଦିବସ । ଯକ୍ଷ୍ମା ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପ୍ରତିବର୍ଷ ମାର୍ଚ୍ଚ 24 ତାରିଖରେ ପାଳନ ହୋଇଥାଏ । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସାରା ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଯକ୍ଷ୍ମା ରୋଗ ଓ ଏହାର ନିରାକରଣ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି । ପୁରୀ ନିଳାଦ୍ରୀ ବିଚରେ ସୁଦର୍ଶନ ଏହି ବାଲୁକା ଚିତ୍ରକଳା କରିଛନ୍ତି । ଯେଉଁଥିରେ ଚଳିତ ବର୍ଷ ଥିମ ତଥା ବାର୍ତ୍ତା ରହିଛି ‘‘yes we can end TB’’ । 6 ଟନ ବାଲିରେ ଏହି ବାଲୁକା ଚିତ୍ରକଳା ହୋଇଥିବା ବେଳେ ପ୍ରତିବର୍ଷ ସୁଦର୍ଶନ ବିଶ୍ଵ ଯକ୍ଷ୍ମା ଦିବସ ବାଲୁକା ଚିତ୍ର କଳା କରି ସମାଜକୁ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥାନ୍ତି ।  

ଆସନ୍ତା 2025 ମସିହା ସୁଦ୍ଧା ଓଡ଼ିଶା ସରକାର ରାଜ୍ୟକୁ ଟିବି ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏଥିପାଇଁ ରାଜ୍ୟର ପ୍ରତ୍ୟେକ ମେଡ଼ିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିନା ମୂଲ୍ୟରେ ଟିବି ରୋଗ ଚିହ୍ନଟ ଓ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଏଣୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନକୁ ଅନୁସରଣ କରି ଟିବି ରୋଗ ନେଇ ସଚେତନ ହେବା ସହ ଚିକିତ୍ସା ସୁବିଧା ନେବା ପାଇଁ ସମସ୍ତେ ଆଗେଇ ଆସିବାକୁ ସୁଦର୍ଶନ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ 

Last Updated : Mar 24, 2023, 11:30 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.