thumbnail

By

Published : Jun 19, 2023, 10:03 PM IST

ETV Bharat / Videos

ବାଲୁକାକଳାରେ ରଥଯାତ୍ରା ଶୁଭେଚ୍ଛା, ଭକ୍ତ ଦାସିଆଙ୍କ ଥିମରେ 250 ନଡ଼ିଆରେ ତିଆରି ହୋଇଛି ଚିତ୍ରକଳା

ପୁରୀ: ରାତି ପାହିଲେ ବିଶ୍ବ ନିୟନ୍ତାଙ୍କ ଘୋଷଯାତ୍ରା  । ଏବେଠାରୁ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ରଥଯାତ୍ରା ନେଇ ଭକ୍ତ ମହଲରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି । ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିଆରା ବାଲୁକା ଚିତ୍ରକଳା କରି ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା ଚିତ୍ରକଳାରେ ରହିଛି ତିନୋଟି ବାଲି ରଥ ଏବଂ ତିନୋଟି ନଡ଼ିଆରେ ମହାପ୍ରଭୁ ଶ୍ରଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୁଖ ମଣ୍ଡଳ ରହିଛି । ୨୫୦ ନଡ଼ିଆ ବ୍ୟବହାର କରି ଏହି କଳାକୃତି ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ମହାପ୍ରଭୁଙ୍କ ପରମ ଭକ୍ତ ଦାସିଆ ବାଉରୀଙ୍କ ଭକ୍ତିକୁ ଏହି ବାଲୁକା ଚିତ୍ର କଳାରେ ପ୍ରଦର୍ଶନ କରଯାଇଛି । 6 ଫୁଟ ଏହି ବାଲୁକା ଚିତ୍ରକଳାରେ 5 ଟନ ବାଲି ବ୍ୟବହାର ହୋଇଛି । ପୁରୀର ନୀଳାଦ୍ରି ବିଚରେ ସୁଦର୍ଶନ ତାଙ୍କର ବାଲୁକା ଚିତ୍ରକଳାଟି କରିଛନ୍ତି । ଯାହାକୁ ଦେଖିବାକୁ ଶହ ଶହ ପର୍ଯ୍ୟଟକଙ୍କ ବେଶ ଭିଡ଼ ଲାଗିଛିି । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.