ବାଲୁକାକଳାରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସଚେତନତା ବାର୍ତ୍ତା

By

Published : Jul 28, 2023, 10:06 PM IST

thumbnail

ପୁରୀ: ଜୁଲାଇ 29 ହେଉଛି ଅନ୍ତର୍ଜାତୀୟ ବ୍ଯାଘ୍ର ଦିବସ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ସମୁଦ୍ର କୂଳରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା । ଏଥିରେ ପ୍ରାୟ ୧୫ଫୁଟ ଲମ୍ବର ଏକ ବାଘର କଳାକୃତିକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି । ଏହି ବାଲୁକାକୃତି ପ୍ରଦର୍ଶନୀର ବିଷୟବସ୍ତୁ ରଖିଛନ୍ତି "Save us to Save the environment"। ବାଲୁକାକୃତି ପ୍ରଦର୍ଶନୀରେ ବିଶେଷକରି ପରିବେଶର ସୁରକ୍ଷା ସହ ବାଘଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଧିରେଧିରେ ଜଙ୍ଗଲ କ୍ଷୟ ହେବା ଯୋଗୁଁ ବିଶ୍ୱରେ ବାଘ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି । ଏଣୁ ପରିବେଶ ସନ୍ତୁଳନ ରଖିବା ସହ ବାଘ ସଂଖ୍ୟା ବୃଦ୍ଧି କରିବା ହେଉଛି ଅନ୍ତର୍ଜାତୀୟ ବ୍ଯାଘ୍ର ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏଣୁ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା ଚିତ୍ରକଳା ଜରିଆରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା ଚିତ୍ରକଳାକୁ ଦେଖିବାକୁ ନିଳାଦ୍ରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ପୁରୀ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.