HBD PM Narendra Modi: ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା

By ETV Bharat Odisha Team

Published : Sep 17, 2023, 7:31 AM IST

thumbnail

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୩ ବର୍ଷରେ ପଦାର୍ପଣ କରିଛନ୍ତି ମୋଦି । ଏହି ଅବସରରେ ତାଙ୍କର ଶୁଭେଚ୍ଛୁମାନେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଉଛନ୍ତି । ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏକ ସୁନ୍ଦର ବାଲୁକା ଚିତ୍ରକଳା ମାଧ୍ୟମରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ପୁରୀ ନିଳାଦ୍ରୀ ବିଚ୍‌ରେ ସୁଦର୍ଶନ ମୋଦିଙ୍କ ଆକର୍ଷଣୀୟ ବାଲୁକା ଚିତ୍ରକଳାଟି ପ୍ରସ୍ତୁତ କରିଛନ୍ତି । ଜି-୨୦ ସମ୍ମିଳନୀ ସ୍ଥଳରେ କେନ୍ଦ୍ର ସରକାର ଯେପରି ଭାବେ ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ରକୁ ସ୍ଥାନ ଦେଇ ବିଶ୍ବ ଦରବାରରେ ପରିଚିତ କରାଇଲେ, ସେଥିପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମୋଦିଙ୍କ ବାଲୁକା ଚିତ୍ରକଳା ସହ ସେଥିରେ ୫୦ଟି କୋଣାର୍କ ଚକ୍ର ତିଆରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆହୁରି ଦୀର୍ଘାୟୁ ହୁଅନ୍ତୁ ଓ ଦେଶ ଗୌରବ ବଢାଇ ଚାଲନ୍ତୁ ବୋଲି କାମନା କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।  

ଏହାମଧ୍ୟ ପଢନ୍ତୁ: Watch: ଶସ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିରାଟ ପ୍ରତିଛବି ପ୍ରସ୍ତୁତ କଲେ ସମାଜସେବୀ

୧୯୫୦ ମସିହା ଆଜିର ଦିନରେ ଗୁଜୁରାଟର ଏକ ମଧ୍ୟବିତ୍ତ ପରିବାରରେ ନରେନ୍ଦ୍ର ମୋଦିଙ୍କ ଜନ୍ମ । ସ୍ବାଧୀନ ଭାରତରେ ଜନ୍ମଗ୍ରହଣ କରି ପ୍ରଧାନମନ୍ତ୍ରୀ ପଦରେ ବସିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ମୋଦି । ମାତ୍ର ୮ ବର୍ଷ ବୟସରେ ସେ ଆରଏସଏସରେ ଯୋଗ ଦେଇଥିଲେ  । ୨୦୦୧ରୁ ୨୦୧୪ ଯାଏଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଧରି କାର୍ଯ୍ୟ କରିଥିଲେ । ଏହାପରେ ୨୦୧୪ରେ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି  ।

ଇଟିଭି ଭାରତ, ପୁରୀ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.