ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାସନ ଲଢେଇ, ଶାନ୍ତି ପ୍ରତିଷ୍ଠା ପାଇଁ ବାଲୁକା ଚିତ୍ର କଳାରେ ଅପିଲ

By ETV Bharat Odisha Team

Published : Oct 9, 2023, 7:24 AM IST

thumbnail

ପୁରୀ: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଛି ଘମାସନ ଲଢେଇ । ଗୋଟିଏ ପଟେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି । ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ  ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ କିଭଳି ଭାବରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇ ଶାନ୍ତି ପ୍ରତିଷ୍ଠା ହେବ, ସେନେଇ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକାକଳା ମଧ୍ୟରେ ବାର୍ତ୍ତା ଦେଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଯୁଦ୍ଧରେ ମୃତ୍ୟୁବରଣ କରିଥିବା ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁଦର୍ଶନ ବାଲୁକାକଳା ମାଧ୍ୟମରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପୀଡ଼ିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଓ ଆହତଙ୍କ ସୁସ୍ଥତା କାମନା କରିଛନ୍ତି । ତେବେ ସୁଦର୍ଶନ ନିଜ ବାଲୁକାକଳାରେ Praying for peace, Solidarity with Humnityର ବାର୍ତ୍ତା ଉଭୟ ରାଷ୍ଟ୍ରଙ୍କ ପାଇଁ ଲେଖିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.