World Veterinary Day: ବାଲୁକା କଳାରେ ପ୍ରାଣୀ ଚିକିତ୍ସକଙ୍କୁ ଧନ୍ୟବାଦ ଜଣାଇଲେ ମାନସ

By

Published : Apr 29, 2023, 10:38 AM IST

Updated : Apr 29, 2023, 10:55 AM IST

thumbnail

ପୁରୀ: ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ "ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ" ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ସେ ଏହି ବାଲୁକା କଳା ମାଧ୍ୟମରେ ସମସ୍ତ ପ୍ରାଣୀ ଚିକିତ୍ସିକ ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆମର ପ୍ରିୟ ପଶୁ ପକ୍ଷୀ ଯେଉଁମାନେ କି କଥା କହିପାରନ୍ତି ନାହିଁ ସେମାନଙ୍କ ଚିକିତ୍ସା କରି ଆରୋଗ୍ୟ ଲାଭ କରାଉଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7 ଘଣ୍ଟା ସମୟ ଲାଗିଥିଲା । ଏଥିରେ 15ଟନ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳାଟି 6 ଫୁଟ ଏବଂ 15ଫୁଟ ଓସାର ବିଶିଷ୍ଟ ଅଟେ ।  ଏଥିରେ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସର ବାର୍ତ୍ତା ଦେଇଛନ୍ତି । ଆଜିର ବାଲୁକା କଳା ପ୍ରଦର୍ଶନରେ ଡା. କମଲେସ ପ୍ରଧାନ ଓ ଅନ୍ୟ ପ୍ରାଣୀ ଚିକିତ୍ସକମାନେ ଉପସ୍ଥିତ ଥିଲେ  । 

Last Updated : Apr 29, 2023, 10:55 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.