ବାଲିଯାତ୍ରାରେ ମନ ମୋହୁଛି ଲାଇଟ୍ ବାଲୁକା କଳା - କଟକ ନ୍ୟୁଜ
🎬 Watch Now: Feature Video
Published : Nov 28, 2023, 10:55 AM IST
କଟକ: ବର୍ଷକ ପରେ ପୁଣି ଚଳଚଞ୍ଚଳ ହୋଇଉଠିଛି କଟକ ମହାନଦୀ ପଠା । ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା । ଏହି ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ । 300 ଟନ ବାଲିରେ ତିଆରି ହୋଇଛି ଏହି ସୁନ୍ଦର ବାଲୁକା କଳା । ଯାହା ଦେଖିବା ପାଇଁ ବେଶ୍ ମନୋରମ । 35 ଫୁଟ ଉଚ୍ଚତା ଓ 100 ଫୁଟ ଲମ୍ବ ବିଶିଷ୍ଟ ହେଉଛି ଏହି ବାଲୁକା କଳାର ପରିଧି । ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି, ଏହି ବାଲୁକା କଳାରେ ଲାଇଟ ସଂଯୋଗୀକରଣ କରାଯାଇଛି । ଯାହା ବାଲିଯାତ୍ରା ପରିବେଶକୁ ଆହୁରି ସୁନ୍ଦର ଅନୁଭବ କରାଉଛି । କୁହାଯାଏ ପ୍ରାଚୀନ କାଳରେ କଟକର ମହାନଦୀ ଦେଇ ସାଧବ ପୁଅମାନେ ଜାଭା, ସୁମାତ୍ରା, ବାଲି ଯାଉଥିଲେ । ସେଠାରେ ବାଣିଜ୍ୟ କାରବାର ସାରି କଟକ ଫେରୁଥିଲେ । ଯାହା ଇତିହାସରେ ରହିଛି ସେହି ଦୃଶ୍ୟକୁ ନିଜ ବାଲୁକା କଳାରେ ଚିତ୍ରିତ କରିଛନ୍ତି ବାଲୁକା ଶିଳ୍ପୀ ସୁଦାମ । ଅନ୍ୟପଟେ ମହାନଦୀ ଶଯ୍ୟାରେ ଏହି ବାଲୁକା କଳାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଜମିଛି । ଇତିହାସକୁ ଅବଲୋକନ କରାଉଥିବାରୁ ଏହାର ଚାହିଦା ବାଲିଯାତ୍ରାରେ ବେଶ ଅଧିକ ରହିଛି ।
ଏହା ମଧ୍ୟ ପଢନ୍ତୁ- ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଉଦଘାଟନ କଲେ ଅର୍ଥମନ୍ତ୍ରୀ
ଇଟିଭି ଭାରତ, କଟକ