ବୌଦ୍ଧ ମହୋତ୍ସବ ଉଦଘାଟିତ,ଐତିହ୍ୟ-କଳା-ସଂସ୍କୃତିର ମହାମିଳନ - BOUDH MAHOTSAV

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 3, 2025, 3:08 PM IST

ବୌଦ୍ଧ: ପାରମ୍ପରିକ ଲୋକବାଦ୍ୟ ସହିତ ଲୋକନୃତ୍ୟର ତାଳେ ତାଳେ କମ୍ପିଲା ମହୋତ୍ସବ ମଣ୍ଡପ । ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସକୁ ସ୍ମରଣୀୟ ପାଇଁ ପ୍ରତ୍ୟେକ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାନୁଆରୀ ୨ ଠାରୁ ଆରମ୍ଭ ହେଉଛି ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ୧୯୯୪ ମସିହା ଜାନୁଆରୀ ୨ ତାରିଖରେ ବୌଦ୍ଧ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତିକୁ ନେଇ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି ଜିଲ୍ଲା ମହୋତ୍ସବ । ଚଳିତ ବର୍ଷ ଜାନୁଆରୀ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଆୟୋଜନ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ମହୋତ୍ସବ ଉଦଘାଟିତ ହୋଇଛି । 

ବୌଦ୍ଧ ସହରର ବୁଦ୍ଧ ପାର୍କ ଠାରୁ ଜିଲ୍ଲାର ୩ଟି ବ୍ଲକରୁ ଆସିଥିବା କଳାକାରମାନେ ଏକ ବିଶାଳ ଶୋଭାଯାତ୍ରାରେ ମଶାଲ ନେଇ ମହୋତ୍ସବ ପଡିଆରେ ସ୍ଥାପନା କରିବା ପରେ ପଦ୍ମଶ୍ରୀ ସାଧୁଚରଣ ମେହେର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷ ଭାବରେ ମହୋତ୍ସବ ମଣ୍ଡପରେ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରାଯାଇଛି । ପାରମ୍ପରିକ ଲୋକବାଦ୍ୟ ସହିତ ଲୋକନୃତ୍ୟ ଉଦଘାଟନ ଦିବସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । 

ମହୋତ୍ସବରେ ଅତିଥି ଭାବରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ତଥା ସିନେ ତାରକା ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ବୌଦ୍ଧ ମହୋତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ମହୋତ୍ସବକୁ ଅଧିକ ଆକର୍ଷଣୀୟ ପାଇଁ ବାଲୁକା କଳା ପ୍ରଦର୍ଶନ ସହିତ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିପଣନ ସାମଗ୍ରୀର ଷ୍ଟଲ ସବୁ ଖୋଲାଯାଇଛି । କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିବା ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ବୌଦ୍ଧ ଜିଲ୍ଲାର ଐତିହ୍ୟ ସଂସ୍କୃତି କୁନେଇ ଖୁବ ପ୍ରଭାବିତ ହୋଇଥିଲେ । 

ଏହା ମଧ୍ଯ ପଢ଼ନ୍ତୁ...ବୌଦ୍ଧରେ ପାରମ୍ପରିକ ଲୋକନୃତ୍ୟରେ ଦୁଲୁକୁଛି ମା' ଭୈରବୀ ମହୋତ୍ସବ ମଞ୍ଚ

ଏହା ମଧ୍ଯ ପଢ଼ନ୍ତୁ...ଭିନ୍ନ ଏକ ଶକ୍ତିପୀଠ, ଏକାଦଶୀ ତିଥିରେ ହୁଏ ଦଶହରା ଉତ୍ସବ


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.