ଦୁଲ୍ଦୁଲି ମହୋତ୍ସବରେ ଦୁଲୁକିଲା ଝାରସୁଗୁଡ଼ା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - DULDULI 2025
🎬 Watch Now: Feature Video

Published : Jan 3, 2025, 3:41 PM IST
ଝାରସୁଗୁଡା: ଜିଲ୍ଲାର ବଡ ମହୋତ୍ସବ ‘ଦୁଲ୍ଦୁଲି’ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାରସୁଗୁଡା ଗସ୍ତ କରିଛନ୍ତି । ସେଠାରେ ଝାଡେଶ୍ୱର ମନ୍ଦିରକୁ ଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟବରାଦରେ ହେବାକୁ ବିଭିନ୍ନ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଝାରସୁଗୁଡ଼ା ବିଟିଏମ୍ ପଡ଼ିଆରେ ଆୟୋଜିତ ଜିଲ୍ଲା ମହୋତ୍ସବ ‘ଦୁଲ୍ଦୁଲି’ରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଦୁଲଦୁଲିର ସ୍ମରଣୀକାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉନ୍ମୋଚନ କରିଥିଲେ ।
'ଶିଳ୍ପାୟନ ଓ ବାଣିଜ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି ଝାରସୁଗୁଡା'
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "୩୨ ବର୍ଷରେ ପଦ ଦେଇଥିବା ଏହି କନିଷ୍ଠ ଜିଲ୍ଲା ବର୍ତ୍ତମାନ ଶିଳ୍ପାୟନ ଓ ବାଣିଜ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି । ଜାନୁଆରୀରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ ଓ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହୋଇଛି । ଆସନ୍ତା ଫେବୃଆରୀ ମାସରୁ ଅନ୍ୟ ସହରକୁ ମଧ୍ୟ ବିମାନ ସେବା ଯୋଗାଇ ଦିଆଯିବ ।"
ଏହି ଗସ୍ତରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଉତ୍ତରାଞ୍ଚଳ ଆଇ.ଜି. ହିମାଂଶୁ ଲାଲ ଏବଂ ଜିଲ୍ଲାପାଳ ଆବୋଲି ସୁନୀଲ ନରଭାଣେ ପ୍ରମୁଖ ସାମିଲ ହୋଇଥିଲେ ।
ଇଟିଭି ଭାରତ, ଝାରସୁଗୁଡ଼ା