ଠାକୁରଙ୍କୁ ଛାଡିଲେନି ଚୋର, ପଞ୍ଚମୁଖୀ ହନୁମାନ ମନ୍ଦିରରେ ବୁଲାଇଲେ କଳାକନା - ROBBERY FROM HANUMAN TEMPLE

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 4, 2025, 5:28 PM IST

କଟକ: ଲୁଟେରାଙ୍କ ଟାର୍ଗେଟରେ କଟକ ଖାନନଗର ଅଞ୍ଚଳର ପ୍ରସିଦ୍ଧ ପଞ୍ଚମୁଖୀ ହନୁମାନ ମନ୍ଦିର । କବାଟ ତାଡି ଲୁଟିନେଲେ ପ୍ରଭୁ ହନୁମାନ ଓ ମା' ସୀତାଙ୍କ ଦୁର୍ଲଭ ସୁନା ଓ ରୁପା ଅଳଙ୍କାର । ଆଜି (ଶନିବାର) ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ଉଦ୍ଦେଶ୍ୟରେ ଗତକାଲି ବିଳମ୍ବିତ ରାତିରେ ପ୍ରଭୁଙ୍କୁ ସୁନା ରୁପା ଅଳଙ୍କାରରେ ସଜ୍ଜିତ କରାଯାଇଥିଲା । କିନ୍ତୁ ଦୃର୍ବୁତ୍ତମାନେ ରାତିରେ ପ୍ରଭୁଙ୍କ ଶ୍ରୀମୁଖରୁ ଏସବୁ କାଢ଼ିନେଇ ଚମ୍ପଟ ମାରିଛନ୍ତି । ଯୋଜନା ବଦ୍ଧ ଭାବରେ ଏହା କରାଯାଇଥିବା ମନ୍ଦିର ମୁଖ୍ୟ ପୂଜକ ସନ୍ଦେହ କରୁଥିବା ବେଳେ ଏନେଇ ଏତଲା ଦେଇଛନ୍ତି ।

ସେପଟେ ପୋଲିସ ଡଗ ସ୍କ୍ବାର୍ଡ ନେଇ ଘଟଣାର ଛାନଭିନ ଆରମ୍ଭ କରିଛି । ଲୁଟେରାମାନେ ହନୁମାନଙ୍କ ମୁକୁଟ, ଗଦା, ଚିତା ମୁଖପାଟି ଓ ଶ୍ରୀଅଙ୍ଗ ମାଳି ଏବଂ ମା' ସୀତାଙ୍କ ମୁକୁଟ ଆଦି ଚୋରି କରିନେଇଛନ୍ତି । ଯାହାର ଅନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ । ଲୁଟ ନେଇ ଆଜି ସକାଳେ ପ୍ରଥମେ ମନ୍ଦିର ପୂଜକ ଜାଣିବା ପରେ ସମସ୍ତଙ୍କୁ ଜଣାଇବା ସହିତ ପୋଲିସକୁ ଖବର ଦେଇଥିଲେ । ଦୁର୍ବୃତ୍ତମାନେ ମନ୍ଦିର ପଛପଟ ଲୁହା ଗେଟ ଶିକୁଳି ଭାଙ୍ଗି ଭିତରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଏହି ଚୋରି ଘଟଣାରେ ମଧୁପାଟଣା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ । 

ଡିସିପି ମଧ୍ୟ ମନ୍ଦିରରେ ପହଞ୍ଚି ଘଟଣାର ତର୍ଜମା କରିଛନ୍ତି । ସାଇଣ୍ଟିଫିକ ଟିମ, ଡଗ ସ୍କ୍ୱାର୍ଡ ଓ ସ୍ପେଶାଲ ସ୍କ୍ୱାର୍ଡ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛନ୍ତି । ପ୍ରାଥମିକ ତଦନ୍ତରୁ ହନୁମାନଙ୍କ ସ୍ଵର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଚୋରି ଯାଇଥିବା ବେଳେ ମନ୍ଦିରର ପଛପଟ ଗେଟ ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିରେ ପଶିଥିବା ଜଣାପଡିଛି । ପାଖାପାଖି ରାତି ୨ରୁ ୩ଟା ଭିତରେ ଚୋରି ହୋଇଥିବା ବେଳେ ପୋଲିସ ସିସିଟିଭି ଆଧାରରେ ଅଧିକ ତଦନ୍ତ କରୁଛି ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା

ଏହା ମଧ୍ୟ ପଢ଼ନ୍ତୁ...କଳାକନା ବୁଲାଇଲା ପଡ଼ୋଶୀ, ୧୬ ଲକ୍ଷ ଟଙ୍କା ସହ ଲୁଟିଲା ସୁନା ଓ ରୁପା

ଏହା ମଧ୍ୟ ପଢ଼ନ୍ତୁ...ନିଜ ଅଫିସରେ ବୁଲାଇଥିଲେ କଳାକନା, 5 ଜଣଙ୍କୁ ବାନ୍ଧିଲା ପୋଲିସ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.