ଦୁବାଇ ଯିବେ ଗ୍ରାମୀଣ ଏସଏସଜି ସଦସ୍ୟା, ପାଇବେ ଉନ୍ନତ ଟ୍ରେନିଂ - Balasore Rural women

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 15, 2024, 10:21 PM IST

ବାଲେଶ୍ବର : ମହିଳାମାନେ ମିଶନ ଶକ୍ତି ଜରିଆରେ ଏବେ ନିଜେ ସ୍ବାବଲମ୍ବୀ ହେବା ସହ ସରକାରୀ ଯୋଜନାରେ ବେଶ ଲାଭପ୍ରଦ ହୋଇ ପାରୁଛନ୍ତି । ମହିଳା ମାନଙ୍କୁ ଆଗକୁ ବଢ଼ିବାରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ମହିଳାମାନଙ୍କ ପାଇଁ ବିଦେଶ ଗସ୍ତର ବ୍ୟବସ୍ଥା କରାଇଛନ୍ତି ରାଜ୍ୟ ସରକାର । ଯେଉଁଠୁ ନୂତନ କୌଶଳର ପ୍ରଶିକ୍ଷଣ ନେଇ ମହିଳା ମାନେ ନିଜ ଅଞ୍ଚଳରେ ତାହା ପ୍ରୟୋଗ କରିପାରିବେ  ।  ଏହି କ୍ରମରେ ଦୁବାଇ ଯିବାପାଇଁ ମନୋନୀତ ହୋଇଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁର ଗ୍ରାମର ମିଶନ ଶକ୍ତି ମହିଳା ଶୁକାନ୍ତି ନାୟକ । ଶୁକାନ୍ତି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ଏକମାତ୍ର ମହିଳା ଯିଏକି ଆସନ୍ତା 17ତାରିଖ ରେ ରାଜ୍ୟ ସରକାରଙ୍କ ମିଶନଶକ୍ତି ମାଧ୍ୟମ ରେ ଦୁବାଇ ଯିବା ପାଇଁ ମନୋନୀତ ହୋଇଛନ୍ତି । 

ଏହା ମଧ୍ୟ ପଢନ୍ତୁ... SHG ମହିଳାଙ୍କୁ ରାଜ୍ୟପାଳଙ୍କ ପରାମର୍ଶ, 'ଭଲ ପ୍ୟାକେଜିଂ ଓ ମାର୍କେଟିଂ ଫୋକସ୍'

ଜଣେ ଗାଁର ଏସଏସଜି ଗ୍ରୁପରେ ସାମିଲ ମହିଳା ବିଦେଶ ଯାଇ ପାରେ ତାହା ନିଜେ ଶୁକାନ୍ତି ମଧ୍ୟ ବିଶ୍ବାସ କରି ପାରିନଥିଲେ  । ତେବେ ଏହି ଖବର ଶୁଣିଲା ପରେ ସେ ଅତ୍ୟନ୍ତ ଖୁସି ଅଛନ୍ତି  । ଶୁକାନ୍ତି 2008 ମସିହାରେ ପ୍ରତ୍ୟାଶା ନାମକ ଏକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀରେ ସଭ୍ୟା ଭାବେ ଯୋଗଦେଇ କାର୍ଯ୍ୟ କରି ଆସୁଥିଲେ ।  2 ବର୍ଷ ତଳେ ବ୍ଲକ ମହାସଂଘ ସମ୍ପାଦକ ଭାବେ ଦାୟିତ୍ବ ନେଇ ମହିଳା ମାନଙ୍କୁ ଦୁଃଖ ସୁଖ ରେ ନିଜକୁ ସାମିଲ କରିଥିଲେ ।  ତାଙ୍କର ଏମିତି ନିଷ୍ଠାପରତା ଓ କର୍ମକୁଶଳତା ପାଇଁ ମହିଳା ସଶକ୍ତି କରଣର ବାର୍ତାବହ ଭାବେ ତାଙ୍କୁ ବିଦେଶ ଯାତ୍ରାର ସୁଯୋଗ ମିଳିଛି  । ଗ୍ରାମଞ୍ଚଳର ଜଣେ ମହିଳା ବିଦେଶ ଯାତ୍ରାକୁ ନେଇ ସବୁ ମହଲରେ ଖୁସିର ବାତାବରଣ ଦେଖିବାକୁ ମିଳିଛି ।  ଦୁବାଇରେ ସେ ବିଭିନ୍ନ କାର୍ଯ୍ୟଶୈଳୀ ଦେଖି ଓ ଶିଖି ତାହାକୁ ଗ୍ରାମ ରେ ବିନିଯୋଗ କଲେ ଅନ୍ୟ ମହିଳାମାନେ ଆହୁରି ଉପକୃତ ହେବେ ବୋଲି  ଅନ୍ୟ ମହିଳାମାନେ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ବାଲେଶ୍ବର  

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.