thumbnail

By

Published : Jun 23, 2023, 7:52 PM IST

ETV Bharat / Videos

Lalu to Rahul: 'କଥା ମାନନ୍ତୁ, ବିବାହ କରନ୍ତୁ ରାହୁଲ'

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିବାହ କରିବା ପାଇଁ କହିଲେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଆଜି ବିରୋଧୀ ଦଳ ବୈଠକ ଶେଷ ହେବା ପରେ ସମସ୍ତ 17 ଦଳର ମୁଖ୍ୟ ଏକ ମିଳିତ ପ୍ରେସ କନଫରେନ୍ସରେ ଯୋଗ ଦେଇଥିଲେ । ଗମ୍ଭୀର ବିଷୟରେ ଆଲୋଚନା ଚାଲିଥିବା ବେଳେ କିଛି ସମୟ ପାଇଁ ଏକ ମଜାଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ବୈଠକ ସମ୍ପର୍କରେ ନିଜ ଅଭିଭାଷଣ ରଖିବା ସମୟରେ ଲାଲୁ ରାହୁଲଙ୍କ 'ଭାରତ ଯୋଡ଼' ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ସେ ରାହୁଲଙ୍କୁ ବିବାହ କରିବା ଲାଗି କହିଥିଲେ । ରାହୁଲଙ୍କ ମାଆ ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତାଙ୍କୁ ରାହୁଲଙ୍କ ବିବାହ ସମ୍ପର୍କରେ କହୁଥିବା ସେ କହିଥିଲେ । ରାହୁଲ ମଧ୍ୟ ଲାଲୁଙ୍କ କଥାରେ ସମ୍ମତି ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।  

ଏହା ବି ପଢନ୍ତୁ- 'ଭାରତର ମୂଳଦୁଆ ଉପରେ ଆକ୍ରମଣ ହୋଇଛି, ମିଳିମିଶି କାମ କରିବୁ'

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.