ରେଙ୍ଗାଳି ବିସ୍ଥାପିତଙ୍କୁ ମିଳୁନି ନ୍ୟାୟ, ଦ୍ବିତୀୟ ଦିନରେ ଜଳ ସତ୍ୟାଗ୍ରହ - ଜଳ ସତ୍ୟାଗ୍ରହ
🎬 Watch Now: Feature Video
Published : Dec 3, 2023, 9:03 AM IST
ଅନୁଗୋଳ: ହକ ପାଇଁ ଅଭିନବ ଉପାୟରେ ଆନ୍ଦୋଳନ । ଦୁଇ ଦିନ ହେଲା ଜଳ ସତ୍ୟାଗ୍ରହ ଜାରି ରଖିଛନ୍ତି ରେଙ୍ଗାଳି ବିସ୍ଥାପିତ । ପ୍ରବଳ ଥଣ୍ଡା ପଡୁଥିଲେ ମଧ୍ୟ ମହିଳା ଓ ପୁରୁଷ ଏହାକୁ ଖାତିରି ନକରି ଅନବରତ ପାଲଲହଡା ଦ୍ଵିତୀୟ ଚିଲିକାର ପାଣିଭିତରେ ଠିଆ ହୋଇ ରହିଛନ୍ତି । ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବିନା କୌଣସି ଆଲୋଚନାରେ ଫେରିଯାଇଛନ୍ତି । ରେଙ୍ଗାଳି ଜଳସେଚଳ ପ୍ରକଳ୍ପ ଯୋଗୁ ଗତ ୧୯୮୦ ବେଳକୁ ପାଲଲହଡା ଏବଂ ଦେବଗଡ଼ ଅଞ୍ଚଳର ୨୬୩ଟି ଗାଁ ବିସ୍ଥାପିତ ହୋଇଥିଲେ । ପ୍ରାୟ ୧୨ ହଜାର ପରିବାର ପ୍ରଭାବିତ ହୋଇଥିଲେ । କିନ୍ତୁ ସେମାନଙ୍କୁ ବର୍ତ୍ତମାନ ସୁଧା କ୍ଷତିପୂରଣ ମିଳି ନାହିଁ କି ଥଇଥାନ କରାଯାଇନାହିଁ । ଏନେଇ ଅନେକ ଥର ବିସ୍ଥାପିତ ମାନେ ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ବାଧ୍ୟ ହୋଇ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି ବିସ୍ଥାପିତ।
ଏହା ମଧ୍ୟ ପଢନ୍ତୁ- ଠକି ଦେଲେ ସରକାର, ଜଳ ସତ୍ୟାଗ୍ରହ କଲେ ରେଙ୍ଗାଳି ବିସ୍ଥାପିତ
ଇଟିଭି ଭାରତ, ଅନୁଗୋଳ