ସାମ୍ବାଦିକାଙ୍କୁ ଟୁଟୁ ନାୟକଙ୍କ ଚାପୁଡା: ପ୍ରତିକ୍ରିୟା ଦେଲେ ଫିଲ୍ମ ନିର୍ଦ୍ଦେଶକ-ସଂଳାପକାର

By ETV Bharat Odisha Team

Published : Nov 4, 2023, 11:15 AM IST

thumbnail

ଭୁବନେଶ୍ବର: ଇଟିଭି ଭାରତରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଅଶାଳୀନ ବ୍ୟବହାର ଘଟଣାକୁ ନେଇ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି  । ଏହି ଘଟଣାରେ ବିଶିଷ୍ଟ ସଂଳାପକାର ରଜନୀ ରଞ୍ଜନ ଏବଂ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି  । ଟୁଟୁ ନାୟକ ଭୁଲ୍ କରିଛନ୍ତି  । ଏହି ଘଟଣା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ଲୋକଙ୍କ ମନରେ କଦର୍ଯ୍ୟ ମନୋଭାବ ସୃଷ୍ଟି କରିବ ବୋଲି ରଜନୀ ରଞ୍ଜନ କହିଛନ୍ତି  । ସେହିପରି ଜଣେ ନାରୀ ଉପରେ ହାତ ଉଠାଇବା ଭୁଲ୍ ବୋଲି କହିଛନ୍ତି ସୁଧାକର ବସନ୍ତ  ।

ଏହାମଧ୍ୟ ପଢନ୍ତୁ: କାହିଁକି ଡ୍ୟୁଟିରେ ଥିବା ସାମ୍ବାଦିକାଙ୍କୁ ମାଡ ମାରିଲେ ପ୍ରଯୋଜକ ? ଘଟଣା କହୁ କହୁ କାନ୍ଦି ପକାଇଲେ ଦେବସ୍ମିତା

ସାମ୍ବାଦିକା ଦେବସ୍ମିତା ରାଉତ ଭୁବନେଶ୍ବର ଏସ୍ କମ୍ପ୍ଲେକ୍ସରେ 'ପ୍ରଥା' ଫିଲ୍ମର ପ୍ରିମିୟର ସୋ'ର ଖବର ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ସେ ଖବର ଅପେକ୍ଷାରେ ଛିଡା ହୋଇଥିବା ବେଳେ ପ୍ରଯୋଜକ ଟୁଟୁ ନାୟକ ହଠାତ୍ ତାଙ୍କୁ ଏକ ଚାପୁଡା ମାରିଥିଲେ । ଏଥିରେ ତାଙ୍କର ବୁମ୍ ତଳେ ପଡି ଯାଇଥିବା ବେଳେ ଟୁଟୁ ନଉଠାଇ ଚାଲି ଯାଇଥିଲେ  । ଏନେଇ ସାମ୍ବାଦିକ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି  ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.