ଯାଜପୁରରେ ରାବଣପୋଡି ଉତ୍ସବ ଅନୁଷ୍ଠିତ - ଯାଜପୁରରେ ରାବଣ ପୋଡି ଅନୁଷ୍ଠିତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 25, 2023, 8:30 AM IST

ଯାଜପୁର: ସାରା ରାଜ୍ୟରେ ମଙ୍ଗଳବାର ଦିନ ବିଜୟା ଦଶମୀ ଓ ରାବଣପୋଡି ଅନୁଷ୍ଠିତ ହେଇଯାଇଛି । ତେବେ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଏନ.ସି ହାଇସ୍କୁଲ ଖେଳ ପଡିଆରେ ମିଲ୍ଲନ୍ କ୍ଳବ ଦ୍ୱାରା 39ତମ ରାବଣପୋଡି ଉତ୍ସବ ଅନୁଷ୍ଠିତ ହେଇଯାଇଛି ।

ଏହାମଧ୍ୟ ପଢନ୍ତୁ..ଭସାଣି ପାଇଁ ରାଜଧାନୀରେ କଡ଼ାକଡ଼ି ଟ୍ରାଫିକ କଟକଣା, ଏହି ସବୁ ରୁଟ୍‌ରେ ଗାଡ଼ି ଯିବା ମନା

ମିଲ୍ଲନ୍ କ୍ଳବର ସଭାପତି ଜିତେନ୍ଦ୍ର ପ୍ରତିହାରୀଙ୍କ ସଭାପତିତ୍ୱରେ ଆୟୋଜିତ ରାବଣପୋଡ଼ି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଅଶୋକ କୁମାର ବଳ, ସମ୍ମାନିତ ଅତିଥିଭାବେ ସୁବାଷ ଚନ୍ଦ୍ର ବଳ ଓ ପୂର୍ବତନ କାଉନସିଲର ପଦ୍ମନାଭ ସ୍ୱାଇଁ ଯୋଗଦେଇ ରାବଣପୋଡ଼ି ସମ୍ପର୍କରେ ଆଲୋଚନା କରଥିଲେ । ପରିଶେଷରେ କୋରେଇ ବିଧାୟକ ରାବଣକୁ ଅଗ୍ନି ସଂଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ସହରର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ । ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ରାବଣ ପୋଡି ଆୟୋଜନ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । 

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.