ଗଡିଲା ଇସ୍କନ ରଥ, ଭକ୍ତଙ୍କ ଗହଣରେ ତିନି ଠାକୁର

By

Published : Jun 20, 2023, 9:04 PM IST

thumbnail

ଭୁବନେଶ୍ବର: ଗଡିଲା ଇସ୍କନ ରଥ ।  ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର ।  ଭାବର ଠାକୁରକୁ ସ୍ଵଚକ୍ଷୁରେ ଦର୍ଶନ କରିଛି ଭକ୍ତ । ଶ୍ରୀଜିଉଙ୍କ ରଥଯାତ୍ରାରେ ପୁରୀ ଶ୍ରୀମନ୍ଦିରରେ ଭିଡ଼ ଲାଗିଥିବା ବେଳେ ଭୁବନେଶ୍ବରର ଇସ୍କନ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ବିଶ୍ବ ପ୍ରସଦ୍ଧ ରଥଯାତ୍ରା ପାଇଁ ଇସ୍କନ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡି ବିଜେ କରିଥିବା ବେଳେ ସେହି ଅନୁସାରେ ରଥ ମଧ୍ୟ ଗଡିଛି । ମଧ୍ୟାହ୍ନ ୧୨ଟାରେ ଖରାବେଳ ଭୋଗ ପରେ ୨ଟାରେ ଛେରା ପହଁରା କରାଯାଇଛି । ଠିକ ୪ଟା ସମୟରେ ରଥ ଟଣା ଆରମ୍ଭ ହୋଇଛି ।  

ତିନି ରଥ ମାଉସୀ ମାଆ ମନ୍ଦିରକୁ ବାହାରିଛନ୍ତି । ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତମାନେ ଟାଣିବାକୁ ବିଧି ରହିଥିବା ବେଳେ ବଳଭଦ୍ର ଓ ଜଗନ୍ନାଥଙ୍କ ରଥକୁ ଅନ୍ୟ ଭକ୍ତମାନେ ଟାଣିଛନ୍ତି । ସନ୍ଧ୍ୟା ସୁଦ୍ଧା ରଥ ପହଞ୍ଚିବାର ସମୟ ନିର୍ଘଣ୍ଟ ହୋଇଛି । ତେବେ ସମ୍ପୂର୍ଣ୍ଣ ରଥଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ପାଇଁ ୬ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ସବୁ ରଥ ପାଇଁ ଗୋଟେ ଲେଖା ପ୍ଲାଟୁନ ଫୋର୍ସ ରଖାଯାଇଥିବା ବେଳେ ଅନ୍ୟ କାର୍ଯ୍ୟ ଯେପରିକି ଟ୍ରାଫିକ ନିୟନ୍ତ୍ରଣ ଭିଡ଼ ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ ପୋଲିସ ବ୍ୟବସ୍ଥା କରାଯାଇଛି । ମନ୍ଦିର ପାଖରେ ଗାଡ଼ି ପାର୍କିଂ କରିବାକୁ ଜାଗା ନଥିବାରୁ ରଥଯାତ୍ରା ଏବଂ ଅନ୍ୟାନ୍ୟ ପର୍ବପର୍ବାଣିରେ ବହୁତ ସମସ୍ୟା ଦେଖିବାକୁ ମିଳେ । ତେଣୁ ଏହାକୁ ନଜରରେ ରଖି ମନ୍ଦିର ପାଖରେ ଥିବା ତେଲ ଟାଙ୍କି ନିକଟରେ ରହିଥିବା ଗାଡ଼ିଗୁଡିକୁ ହଟାଯାଇ ସେଠାରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି । 

ଏହା ବି ପଢନ୍ତୁ- RathaYatra2023: ବଡଦାଣ୍ଡରେ ଭଗବାନଙ୍କୁ ଦର୍ଶନ କରି ବିଭୋର ଭକ୍ତ

ଏଥିସହ ଲେବର ଅଫିସ ପାଖରେ ଥିବା ବସ୍ତି ନିକଟରେ ଏବଂ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଗାଡ଼ି ପାର୍କିଂ କରାଯିବ। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ରଥଟଣା ଆରମ୍ଭ ହେବା ସମୟରେ ଯାନବାହାନକୁ ଫାୟାର ଷ୍ଟେସନ ପାଖରୁ ଡାଇଭର୍ଟ କରାଯାଉଛି। ତଳ ରାସ୍ତାରେ କୌଣସି ଗାଡ଼ିକୁ ଛଡାଯିବ ନାହିଁ । ଏଥିସହ ମନ୍ଦିରରୁ ରଥ ବାହାରି ସିଆର୍‌ପି ଦେଇ ଯିବା ବେଳେ ରଥକୁ ସମ୍ମାନ ଦେଇ କୌଣସି ଗାଡ଼ି ଓଭରବ୍ରିଜ ଉପରେ ଯିବନାହିଁ । ଯାତ୍ରାର 2ଦିନ ପୂର୍ବରୁ ରାସ୍ତା କଡ଼ରେ ଥିବା ଗଛର ଡାଳଗୁଡିକୁ କଟାଯାଇଛି । ରଥଯାତ୍ରା ସମୟରେ ବର୍ଷା ହେଲେ ତୁରନ୍ତ ଆବଶ୍ୟକ ସଂଖ୍ୟକ ମଟର ପମ୍ପ ପକାଇ ପାଣି ନିଷ୍କାସନ କରାଯିବ। ଅନ୍ୟପଟେ ଖରା ହେଲେ ବିଏମସି ପକ୍ଷରୁ ପାଣି ସିଞ୍ଚନ କରିବା, ଇ-ଟଏଲେଟ୍‌ର ବ୍ୟବସ୍ଥା କରିବା, ଓଭରହେଡ୍‌ କେବୁଲ ହଟାଇବା, କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଫାଷ୍ଟଏଡ୍‌ର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.