RathaKhala Halchal: ୩ ରଥରେ ଚାଲିଛି ତୃତୀୟ ଭୂଇଁ ଫ୍ରେମ ନିର୍ମାଣ - ତୃତୀୟ ଭୂଇଁ ଫ୍ରେମ ନିର୍ମାଣ

🎬 Watch Now: Feature Video

thumbnail

By

Published : Jun 5, 2023, 3:55 PM IST

ପୁରୀ: ମହାପ୍ରଭୁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନିରଥର ଛ' କାଠିରେ କଣ୍ଟା ବାଡ଼ିଆ ସହ ତିନି ରଥରେ ୧୪ ନାହାକା ଉଠିବା ପାଇଁ ତିନିରଥର ଦଣ୍ଡାରେ 'ଖଡ଼ିଓରା'କୁ ଆଡ଼କରି ପକାଯାଇ ସେଥିରେ କାପ ଏବଂ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତିନିରଥର 'ଚାରିନାହାକା' ଚାରି ପାର୍ଶ୍ବରେ 'ଚଉଦ ନାହାକା' ବୁଲିଛି । ଏହି୧୪ ଗୋଟି ନାହାକା ୨୦ଫୁଟର ଅଷ୍ଟକୋଣି ହୋଇ ନିର୍ମାଣ ହୋଇଥାଏ । ସେଥିମଧ୍ୟରୁ ୪ ଗୋଟି ଚଢେଇ ନାହାକା ସାମାନ୍ୟ ଧନୁ ପରି ବଙ୍କା ହୋଇ ନିର୍ମାଣ କରାଯାଏ ସଂସ୍ଥାପନ ବେଳେ ଗୟଳ ସହ ଘସି ନହେବା ପାଇଁ ଫଳରେ ରଥର ଗଠନ ଶୈଳୀ ସୁନ୍ଦର ଦିଶେ । 

ତିନିରଥର ପ୍ରଥମ ଭୂଇଁ ଛ'କାଠି(ଓରା ଏବଂ ଖମ୍ବୀ) ଚାରି ପାର୍ଶ୍ବରେ ୨୪ଟି ପାଖୁଡା ଏବଂ ୧୬ଟି ଛିଆଣ ଏହି ପାଖୁଡା ଗୁଡିକୁ ଧରି ରଖିବା ପାଇଁ ୨୪ଟି ଭୂଇଁ ଖମ୍ବୀ ସଂଯୋଗ ହୋଇଛି । ଏଥିସହ ତିନିରଥର ଦ୍ବିତୀୟ ଭୂଇଁ ଫ୍ରେମ ସେଟିଂ ଶେଷପରେ ନମ୍ବରିଂ ହୋଇ ଖୋଲାଯାଇଛି । ତିନି ରଥରେ ଦ୍ବିତୀୟ ଭୂଇଁ ସଂଯୋଗ ହୋଇଛି । ଏଥିସହ ରଥ ଚାଳିରେ ତିନିରଥର ଅଗ ଭୂଇଁ ବା ତୃତୀୟ ଭୂଇଁ ଫ୍ରେମ ନିର୍ମାଣ ଜାରି ରହିଛି । ରୂପକାର ସେବକମାନେ ତିନିରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିବା ସହ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡାରେ ପଦ୍ମ ପାଖୁଡା ଡାଳିକତା ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର ଭୂଇଁ କଣ୍ଟା, ତାଗ କଣ୍ଟା, କତରା ଏବଂ ଢମକ ନିର୍ମାଣ ଜାରି ରଖିଛନ୍ତି । ଚିତ୍ରକର ସେବାକାରୀମାନେ ତିନି ରଥର ପାର୍ଶ୍ବ ଦେବାଦେବୀ, ସଖୀ ଏବଂ ଦେବାଦେବୀଙ୍କ ଆସ୍ଥାନ (ଶିଖର ଡମ୍ବରୁ) ଆଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.