RathaKhala Halchal: ପ୍ରଥମ ଭୂଇଁ କାର୍ଯ୍ୟ ଶେଷ, ଚାଲିଛି ପାର୍ଶ୍ବ ଦେବାଦେବୀଙ୍କ ରଙ୍ଗ କାର୍ଯ୍ୟ - ରଥଯାତ୍ରା ୨୦୨୩

🎬 Watch Now: Feature Video

thumbnail

By

Published : Jun 3, 2023, 3:24 PM IST

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥରେ ମହାରଣା ସେବକମାନେ ପ୍ରଥମ ଭୂଇଁ କାର୍ଯ୍ୟ ସାରି ୬ କାଠ ଲଗାଇଛନ୍ତି । ଗତକାଲି ତିନିରଥର ମୋଟ ୪୪ ଗୋଟି  'ଯୋକା' ରଥ ଚତୁଃପାର୍ଶ୍ବ କୋଣଗୁଡ଼ିକରେ ଫିଟିଂ ଶେଷ ହୋଇଥିଲା । ପ୍ରଥମ ଭୂଇଁ ୬ ଗୋଟି ଓରା ଏବଂ ୪ ଗୋଟି ଖମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ବରେ ୨୪ଟି ପାଖୁଡା ଏବଂ ୧୬ଟି ଛିଆଣ, ପାଖୁଡାକୁ ଧରି ରଖିବା ପାଇଁ ୨୪ଟି ଭୂଇଁ ଖମ୍ବୀ ଚାରି ପାର୍ଶ୍ବରେ ସଂଯୋଗ ହୋଇଛି । ଏଥିସହ ଭୂଇଁର ମଧ୍ୟ ଭାଗରେ 'କନକ ମୁଣ୍ଡି' ପାଇଁ କନକ ମୁଣ୍ଡି ପଟା ଚାରିଗୋଟି ବର୍ଗାକାର ଭାବେ ସେଟିଂ ହୋଇଛି । 

ଏହାପରେ 'କନକ ମୁଣ୍ଡ' ଏବଂ 'କନକ ମୁଣ୍ଡି କାଣ୍ଡ' ପ୍ରଥମ ଭୂଇଁ ପଡିଲା ପରେ ନିର୍ମାଣ ହୋଇ ସେଟିଂ ହେବ। ଚାରି ନାହାକାରେ ପ୍ରଥମ ଭୂଇଁ ସଂଯୋଗ କରାଯିବା ପରେ ୧୪ ନାହାକା ସେଟ କରାଯିବ । ଏଥିସହ ଆଜି ୩ରଥର ୪ଟି ଲେଖାଁଏ 'ଅଁଳା' ଚଉପଟ ଶେଷ ହେବାସହ 'ନାଟଗୋଡ଼'ରେ ବସିବା ପାଇଁ ମୋଟ ୮ଟି ଲେଖାଁଏ ଗାରେଡିରୁ ଛଅ-ଛଅଟି ଗାରେଡିର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତିନିରଥର ରୂପକାର ସେବକମାନେ ତିନିରଥର 'ନାଟ ଗୋଡ଼'ରେ ରୂପ ଖିଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର 'ତାଗ' କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।  ଆଜି ଚିତ୍ରକର ସେବାକାରୀମାନେ ତିନିରଥର ପାର୍ଶ୍ବ ଦେବାଦେବୀ ଏବଂ ଶିଖର ଡମ୍ବରୁରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.