Rathakhala Halchal: ତିନି ରଥର ଦଣ୍ଡା ଫ୍ରେମ ନିର୍ମାଣ ଶେଷ

By

Published : May 26, 2023, 3:18 PM IST

thumbnail

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ତିନିରଥର ଦଣ୍ଡା ଫ୍ରେମ ନିର୍ମାଣ ଶେଷ ହୋଇଛି । ତିନିରଥର ଦଣ୍ଡା ଫ୍ରେମ୍‌ର ବିଭିନ୍ନ ଅଂଶଗୁଡିକର ନମ୍ବରିଂ କରାଯାଇ କଳଶା ଗାରିଆ କାର୍ଯ୍ୟ ପରେ ଦଣ୍ଡାରେ ସଂଯୋଗ ହୋଇଥିବା ବିଭିନ୍ନ ଅଂଶଗୁଡିକରେ ଲାଗିଥିବା ଗୁଜ, ଜଳଯନ୍ତ୍ର ଖୋଲାଯାଇ କୁଡୁକା ଆଦିରେ କାପ, କଳଶା, ବିନ୍ଧ କାର୍ଯ୍ୟ ଜାରି ରହିଛି । ତାଳଧ୍ବଜ ରଥର ଦଣ୍ଡା ଫ୍ରେମ୍‌ରେ କଳଶା କାର୍ଯ୍ୟ ସହ ତାଳଧ୍ବଜ ରଥର ପୋଟଳ ଓରା, ପୋଟଳ ପାରେଣିରେ ବିନ୍ଧ କାର୍ଯ୍ୟ ଶେଷ ହୋଇ ଭୂଇଁ ଖମ୍ବିରେ ଶାଳ କାର୍ଯ୍ୟ ଶେଷ ହୋଇଛି ।  

ଏଥିସହ ଗୋଟିଏ ଢମକ ଏବଂ ଗୋଟିଏ ଚାର ପରିଛାର ଚଉପଟ କାର୍ଯ୍ୟ ଜାରି ରହିଛି । ଦର୍ପଦଳନ ରଥର ଦଣ୍ଡା ଫ୍ରେମର ନମ୍ବରିଂ ପରେ କଳଶା ଗାରିଆ କାର୍ଯ୍ୟ ହୋଇ ବିଭିନ୍ନ ଅଂଶରେ କାପ, କଳଶା କାର୍ଯ୍ୟ ଜାରି ରହିଛି । ଏଥିସହ ଦର୍ପଦଳନ ରଥର ପୋଟଳ ଓରା, ପୋଟଳ ପାରେଣିରେ ବିନ୍ଧ କାର୍ଯ୍ୟ ଶେଷ ହେବା ସହ ପ୍ରଥମ ଏବଂ ଦ୍ବିତୀୟ ଭୂଇଁ ଖମ୍ବି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଦେବୀ ରଥର ତିନିଗୋଟି ଢମକ ଏବଂ ଏକଗୋଟି ଚାର ପରିଛାର ଚଉପଟ କାର୍ଯ୍ୟ ଚାଲୁଛି । ନନ୍ଦିଘୋଷ ରଥର ଦଣ୍ଡା ଫ୍ରେମର ବିଭିନ୍ନ ଅଂଶଗୁଡିକର କଳଶା ଗାରିଆ ହୋଇ କାପ, କଳଶା, ବଳକା ଅଂଶ କଟା, ବିନ୍ଧ କାର୍ଯ୍ୟ ସହ ନମ୍ବରିଂ ହୋଇଛି । କାର୍ଯ୍ୟ ଶେଷ ପରେ ଦଣ୍ଡା ଫ୍ରେମରେ ସମସ୍ତ ଅଂଶ ଖୋଲାଯାଇ ସାଇତା ଯିବ ।  

ଏହା ବି ପଢନ୍ତୁ- ଶେଷ ପର୍ଯ୍ୟାୟରେ ଶ୍ରୀଗୁଣ୍ଡିଚା ମନ୍ଦିର ମରମତି କାର୍ଯ୍ୟ, ସିସି କ୍ୟାମେରାରେ ନଜରରେ ସୁରକ୍ଷା ବ୍ୟବସ୍ଥା

ଅଖକୁ ଦଣ୍ଡା ଉଠିଲା ପରେ ଦଣ୍ଡାଫ୍ରେମ ପୁନଃ ଖଞ୍ଜାଯିବ । ଏଥି ସହ ନନ୍ଦିଘୋଷ ରଥର ୨ଟି ବଡ଼ ପୋଲ ଗୟଳର ହଣା କାର୍ଯ୍ୟ ପରେ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏକଗୋଟି ଚାର ପରିଛା, ଏକଗୋଟି ଢମକର ଚଉପଟ କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ପୋଟଳ ଓରା, ପୋଟଳ ପାରେଣିର ବିନ୍ଧ କାମ ଶେଷ ହେବା ସହ ଭୂଇଁ ଖମ୍ବିରେ ସାଲ କାର୍ଯ୍ୟ ଶେଷ ହୋଇଛି । ତିନିରଥର ମୁଖ୍ୟ ରୂପକାର ସେବକମାନେ ଅନୁକୂଳ ପୂଜା ପରେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । କରତି ସେବକମାନେ ଦର୍ପଦଳନ ରଥର ବଡ଼ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । ତିନିରଥର ଓଝା ସେବକମାନେ ତିନିରଥର ଚାରି ନାହାକା ପାଇଁ ଚଣାକ କଣ୍ଟା ଯୋଖା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.