thumbnail

ମା' ବିରଜାଙ୍କ ପୀଠରେ ମହାସପ୍ତମୀ, ଦର୍ଶନ କଲେ ପିସିସି ସଭାପତି

By ETV Bharat Odisha Team

Published : Oct 20, 2023, 10:26 PM IST

ଯାଜପୁର: ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ମହାସପ୍ତମୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା' ବିରଜାଙ୍କ ପୀଠ । ମା'ଙ୍କ ଷୋଡଶ ଉପଚାରରେ ପୂଜା ଜାରି ରହିଛି । ଏହା ସହ ଆଜି ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ମା' ବିରଜାଙ୍କ ଦର୍ଶନ କରିଛନ୍ତି । ଭୋରୁ ଶାସନ ବ୍ରାହ୍ମଣମାନେ ପବିତ୍ର ବୈତରଣୀରୁ ଜଳ ଆଣି ମା'ଙ୍କୁ ସ୍ନାନ କରିଥିଲେ । ଏହା ପରେ ମାଙ୍କ ଗର୍ଭଗୃହକୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ମା'ଙ୍କ ଦୁର୍ଗୋତ୍ସବର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା ।ଏହି ୯ ଦିନରେ ମା'ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ମା'ଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ଏହା ମଧ୍ୟ ପଢନ୍ତୁ...ନବରାତ୍ର ପାଇଁ ଚଳଚଞ୍ଚଳ ବିରଜା ପୀଠ, ଆଜିଠୁ ରଥରେ ବିଜେ କରି ନଗର ପରିକ୍ରମା କରିବେ ମା’

ପିସିସି ସଭାପତି ଶରତ ପଟ୍ଟନାୟକ ଯାଜପୁର ଗସ୍ତରେ ଆସି ମା' ବିରଜାଙ୍କ ଦର୍ଶନ କରିଛନ୍ତି । ମା'ଙ୍କ ନିକଟରେ ଓଡିଶା ବାସୀଙ୍କ ଉଦ୍ଦେଶ୍ୟରେ ଖୁସି ମନାସିଛନ୍ତି । ଏଥିସହ ଏଥର ଯାଜପୁର ତଥା ସାରା ଓଡିଶାରେ ଚାଲିଥିବା ବିଜେଡି କୁଶାସନର ପତନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିରଜାଙ୍କ ଦର୍ଶନ ସମୟରେ ତାଙ୍କ ସହିତ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ । ଶେଷରେ ସେ ଯାଜପୁର ସର୍କିଟ ହାଉସରେ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତାମାନଙ୍କ ସାଂଗଠନିକ କାର୍ଯ୍ୟକ୍ରମ ଯୋଗଦେଇଥିଲେ । ଏହି ଆଲୋଚନାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।   

ଇଟିଭି ଭାରତ,ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.